ଡିସିବି ବ୍ୟାଙ୍କ୍ ଆର୍ଥିକ ଫଳାଫଳ ଘୋଷିତ
ମୁମ୍ବାଇ, (ଏଜେନ୍ସି): ଡିସିବି ବ୍ୟାଙ୍କ ପରିଚାଳନା ମଣ୍ଡଳୀ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସର ଆର୍ଥିକ ଫଳାଫଳ ସହ ସମଗ୍ର ଆର୍ଥିକ ବର୍ଷର ଫଳାଫଳ ଘୋଷଣା କରାଯାଇଛି । ଚତୁର୍ଥ ତ୍ରୈମାସରେ ଟିକସକୁ ବାଦ୍ ଦେଇ ବ୍ୟାଙ୍କ୍ର ଲାଭ ୯୬ କୋଟି ଟଙ୍କା ହୋଇଛି । ଯାହା ପୂର୍ବବର୍ଷର ଅନ୍ତିମ ତ୍ରୈମାସରେ ୬୪ କୋଟି ଟଙ୍କା ଥିଲା । ସେହିପରି ଟିକସ ସହ ଲାଭ ପରିମାଣ ୧୫୧ କୋଟି ଟଙ୍କା ହୋଇଛି । ଯାହା ପୂର୍ବ ବର୍ଷ ଏହି ସମୟରେ ୧୦୩ କୋଟି ଟଙ୍କା ଥିଲା । କାର୍ଯ୍ୟକାରୀ ଲାଭ ୧୮୫ କୋଟି ଟଙ୍କା ହୋଇଛି । ଯାହା ପୂର୍ବ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସରେ ୧୪୨ କୋଟି ଟଙ୍କା ଥିଲା । ସୁଧ ଜନିତ ନେଟ୍ ଆୟ ୩୦୧ କୋଟି ଟଙ୍କା ହୋଇଛି । ଯାହା ପୂର୍ବବର୍ଷ ଏହି ସମୟରେ ୨୬୪ କୋଟି ଟଙ୍କା ଥିଲା । ଅଣସୁଧ ଆୟ ୯୯ କୋଟି ଟଙ୍କା ହୋଇଛି । ଯାହା ପୂର୍ବବର୍ଷ ଏହି ସମୟରେ ୮୫ କୋଟି ଟଙ୍କା ଥିଲା । ୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା ବ୍ୟାଙ୍କ ୨୩,୫୬୮ କୋଟି ଟଙ୍କା ଋଣ ପ୍ରଦାନ କରିଛି । ଯାହା ପୂର୍ବବର୍ଷ ୨୦,୩୩୭ କୋଟି ଟଙ୍କା ଥିଲା । ଋଣ ପ୍ରଦାନ କ୍ଷେତ୍ରରେ ୧୬% ଅଭିବୃଦ୍ଧି ଘଟିଛି । ବ୍ୟାଙ୍କ୍ର ଜମା କ୍ଷେତ୍ରରେ ୧୮% ଅଭିବୃଦ୍ଧି ଘଟି ଏହି ପରିମାଣ ୨୮,୪୩୫ କୋଟି ଟଙ୍କା ହୋଇଛି । କାସା ଅନୁପାତ ୨୩.୯୫% ରହିଛି । ଯାହା ପୂର୍ବବର୍ଷ ୨୪.୩୩% ଥିଲା । ସଞ୍ଚୟ ଆକାଉଣ୍ଟ କ୍ଷେତ୍ରରେ ୨୪% ଅଭିବୃଦ୍ଧି ଘଟିଛି । ମୋଟ ଏନ୍ପିଏ ୧.୮୪% ରହିଛି । ଯାହା ପୂର୍ବବର୍ଷ ୧.୭୯% ଥିଲା । ଅନ୍ୟପକ୍ଷରେ ଚଳିତ ଆର୍ଥିକ ବର୍ଷରେ ଟିକସକୁ ବାଦ୍ ଦେଇ ବ୍ୟାଙ୍କ୍ର ମୋଟ ଲାଭ ୩୨୫ କୋଟି ଟଙ୍କା ହୋଇଛି । ଯାହା ପୂର୍ବ ଆର୍ଥିକ ବର୍ଷରେ ୨୪୫ କୋଟି ଟଙ୍କା ଥିଲା । ଏକ୍ଷେତ୍ରରେ ୩୩% ଅଭିବୃଦ୍ଧି ଘଟିଛି । ସେହିପରି ଟିକସ ସହ ଲାଭ ପରିମାଣ ୫୦୭ କୋଟି ଟଙ୍କା ହୋଇଛି । ଯାହା ପୂର୍ବବର୍ଷ ଏହି ସମୟରେ ୩୮୬ କୋଟି ଟଙ୍କା ଥିଲା । ଏକ୍ଷେତ୍ରରେ ୩୧% ଅଭିବୃଦ୍ଧି ଘଟିଛି । କାର୍ଯ୍ୟକାରୀ ଲାଭ ୬୪୭ କୋଟି ଟଙ୍କା ହୋଇଛି, ଯାହା ପୂର୍ବ ଆର୍ଥିକ ବର୍ଷରେ ୫୨୫ କୋଟି ଟଙ୍କା ଥିଲା । ସୁଧଜନିତ ନେଟ୍ ଆୟ ୧୧୪୯ କୋଟି ଟଙ୍କା ହୋଇଛି । ଯାହା ପୂର୍ବବର୍ଷ ଏହି ସମୟରେ ୯୯୫ କୋଟି ଟଙ୍କା ଥିଲା । ଅଣସୁଧ ଆୟ ୩୫୦ କୋଟି ଟଙ୍କା ହୋଇଛି, ଯାହା ପୂର୍ବବର୍ଷ ଏହି ସମୟରେ ୩୧୦ କୋଟି ଟଙ୍କା ଥିଲା । ଏହି ପରିପ୍ରେକ୍ଷୀରେ ବ୍ୟାଙ୍କ୍ର ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ମୂରଲୀ ଏମ୍ ନଟରାଜନ କହିଛନ୍ତି ଯେ, ଏକ ମାପଚୁପ ତଥା ସମତୁଲ ଅଭିବୃଦ୍ଧି ଆମର ଲକ୍ଷ୍ୟ । ତେଣୁ ଏକ୍ଷେତ୍ରରେ ଚଳିତ ଆର୍ଥିକ ବର୍ଷରେ ବ୍ୟାଙ୍କ୍ ସଫଳତା ହାସଲ କରିଛି ।