ଡିସେମ୍ବରରେ ‘ବ୍ରହ୍ମାସ୍ତ୍ର’

ଅୟାନ ମୁଖାର୍ଜୀ ନିର୍ଦ୍ଦେଶିତ ‘ବ୍ରହ୍ମାସ୍ତ୍ର’ ଚଳଚ୍ଚିତ୍ରକୁ ନେଇ ୨୦୧୮ ଶେଷ ଭାଗରୁ ଚର୍ଚ୍ଚା ଚାଲିଛି । ଚର୍ଚ୍ଚା ପଛର ଅନ୍ୟ ମୁଖ୍ୟ କାରଣ ହେଲା ରଣବୀର କପୁର ଓ ଆଲିୟା ଭଟ୍ଟ ଏହି ଚଳଚ୍ଚିତ୍ର ସୁଟିଂ ସେଟରେ ଘନିଷ୍ଠ ବନ୍ଧୁ ହୋଇଥିଲେ ଓ ପରେ ନିବିଡ଼ତା ବଢ଼ିଥିଲା । ହଲିଉଡ୍‌ ଚଳଚ୍ଚିତ୍ର ‘ଷ୍ଟାର ୱାର’ର ଏହା ନକଲ ବୋଲି ଶୁଣିବାକୁ ମିଳୁଥିବା ବେଳେ ନିର୍ଦ୍ଦେଶକଙ୍କ ମତରେ ଦର୍ଶକ ଚଳଚ୍ଚିତ୍ର ମୁକ୍ତିଲାଭ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ । ବିଗ୍ ବି ଅମିତାଭ ବଚ୍ଚନ ଏଥିରେ ଅନ୍ୟତମ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ । ନିକଟରେ ଅୟାନ ସ୍ପଷ୍ଟ କରିଛନ୍ତି ବ୍ରହ୍ମାସ୍ତ୍ର ଡିସେମ୍ବର ୪ରେ ମୁକ୍ତିଲାଭ କରିବ । ଏହା ପରେ ଅମିତାଭ ବଚ୍ଚନ, ଆଲିୟା ବଟ୍ଟ ନିଜ ନିଜ ସୋସିଆଲ ଆକାଉଣ୍ଟରେ ଏହା ଉଲ୍ଲେଖ କରିଥିବାର ଦେଖାଯାଇଛି । ବୁଲଗେରିଆରେ ଏହାର ମୁଖ୍ୟ ଭାଗ ସୁଟିଂ ହୋଇଥିବା ବେଳେ ଚଳଚ୍ଚିତ୍ରର ଦୁଇଟି ଭାଗ ନିର୍ମିତ ହେବ । ପ୍ରଥମ ଭାଗ ଡିସେମ୍ବର ୨୦୨୦ ଓ ଦ୍ୱିତୀୟ ଭାଗ ୨୦୨୨ ସୁଦ୍ଧା ମୁକ୍ତିଲାଭ ହେବାର ଯୋଜନା ରହିଛି । ବଡ଼ ବ୍ୟାନରର ଏଇ ଚଳଚ୍ଚିତ୍ରର କାହାଣୀ ଦମଦାର ହୋଇଥିବ ବୋଲି ଦର୍ଶକ ଆଶା ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ