ଡିସେମ୍ବରରେ ଭାରତ ଛାଡ଼ିବ ପ୍ରଥମ ମାନବବିହୀନ ମହାକାଶ ଯାନ

ନୂଆଦିଲ୍ଲୀ: ଚଳିତବର୍ଷ ଡିସେମ୍ବର ମାସରେ ହିଁ ଭାରତ ତାହାର ପ୍ରଥମ ମାନବବିହୀନ ମହାକାଶ ଯାନ ଛାଡ଼ିବ ବୋଲି ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜର ବଜେଟ୍‌ ଅଭିଭାଷଣରେ ସୂଚନା ଦେଇଛନ୍ତି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଏହାର ‘ଗଗନଯାନ’ ପ୍ରକଳ୍ପ ଅନ୍ତର୍ଗତ ମହାକାଶକୁ ଛାଡ଼ିବାକୁ ଥିବା ମାନବଯୁକ୍ତ ଯାନର ଯାତ୍ରାକୁ ତ୍ରୁଟିହୀନ କରିବା ଲାଗି ତାହା ପୂର୍ବରୁ ଦୁଇ ଥର ଏପରି ମାନବରହିତ ଯାନ ପଠେଇବାର କାର୍ଯ୍ୟକ୍ରମ ରହିଛି। ଏପରି ଯାନର ପ୍ରଥମ ଯାତ୍ରା ଗତ ଡିସେମ୍ବର ମାସରେ ହେବାକୁ ଥିଲା ବେଳେ ମହାମାରୀ କୋଭିଡ୍‌ ପାଇଁ ଏହାର ଯାତ୍ରାକୁ ବର୍ଷଟିଏ ଘୁଞ୍ଚାଇ ଦିଆଯାଇଥିବା ଜଣାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ୨୦୧୮ ମସିହା ସ୍ବାଧୀନତା ଦିବସ ଅଭିଭାଷଣରେ ‘ଗଗନଯାନ’ ଅଭିଯାନ ସମ୍ପର୍କରେ ଘୋଷଣା କରିଥିଲେ। ୨୦୨୨ରେ ଦେଶ ଏହାର ୭୫ତମ ବାର୍ଷିକୀ ପାଳନ ଅବସରରେ ଏକ ତିନିଜଣିଆ ମହାକାଶଚାରୀ ଦଳ ୫ରୁ ୭ ଦିନ ପାଇଁ ମହାକାଶ ଯାତ୍ରା କରିବେ ବୋଲି ସେ ସୂଚନା ଦେଇଥିଲେ। ତଦନୁସାରେ ଚାରି ଜଣ ଭାରତୀୟ ମହାକାଶଚାରୀ ସମ୍ପ୍ରତି ରୁଷିଆରେ ପ୍ରଶିକ୍ଷଣ ନେଉଛନ୍ତି ବୋଲି ସୀତାରମଣ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ