ଡିସେମ୍ବର ୧ ରୁ କୋଣାର୍କ ଉତ୍ସବ

ନିମାପଡ଼ା, (ସନ୍ତୋଷ ଦାଶ):ରାଜ୍ୟ ସରକାର ଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ୩୪ ତମ କୋଣାର୍କ ଉତ୍ସବ ଓ ୧୩ ତମ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ଆସନ୍ତା ଡ଼ିସେମ୍ବର ୧ ତାରିଖରେ ଉଦଘାଟନ ହେବ। ଏହି ଉତ୍ସବ କିପରି ସରସ ସୁନ୍ଦର ହୋଇ ପାରିବ ସେ ନିମନ୍ତେ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିବ ରାମଚନ୍ଦ୍ର ଯାଦବ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୃତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ଵିନୀ ପାତ୍ର, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଓ ଟି ଡି ସି ର ଅଧ୍ୟକ୍ଷ ଲେଲିନ ମହାନ୍ତି, ଓଡ଼ିଶା ସଂଗୀତ ନାଟକ ଏକାଡେମୀ ର ସଭାପତି ଅରୁଣା ମହାନ୍ତି, ପର୍ଯ୍ୟଟନ ବିଭାଗ ସହ ନିର୍ଦ୍ଦେଶକ ବିଶ୍ୱଜିତ୍ ରାଉତରାୟ, କୋଣାର୍କ ଏନ ଏ ସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ, ପୁରୀ ଜିଲ୍ଲା ଅତିରିକ୍ତ ଏସ ପି ବିଷ୍ଣୁ ପତି, ଲଳିତକଳା ଏକାଡେମୀ ର ଅଧ୍ୟକ୍ଷ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ ସେଠୀ, ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ ପ୍ରମୁଖ ଯୋଗଦେଇ ଉତ୍ସବ କୁ କିପରି ସରସ ସୁନ୍ଦର କରାଯାଇପାରିବ ସେ ଦିଗରେ ନିଜ ନିଜର ମତ ରଖିବା ସହିତ ସାମୁହିକ ସହଯୋଗ ଜରୁରୀ ବୋଲି କହିଥିଲେ ।ଡିସେମ୍ବର ୧ ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା କୋଣାର୍କ ନୃତ୍ୟ ଉତ୍ସବ ରେ ଦେଶ ବିଦେଶ ର ପର୍ଯ୍ୟଟନ ଙ୍କୁ ଆକୃଷ୍ଟ କରିବା ପାଇଁ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କଳାକାର ଙ୍କ ଦ୍ଵାରା ଓଡ଼ିଶୀ ,ଭାରତ ନାଟ୍ୟମ,ମୋହିନୀ , ଆଚ୍ୟାମ, କଥକ ପ୍ରଭୁତି ନୃତ୍ୟ ପରିବେଷଣ କରାଯିବ।ସେହିପରି ଚନ୍ଦ୍ରଭାଗା ବେଳାଭୂମୀ ଠାରେ ହେବାକୁ ଥିବା ୧୩ତମ ଅନ୍ତର୍ଜାତୀୟ ବାଲୁକାକଳା ମହୋତ୍ସବରେ ଆମେରିକା , ଅଷ୍ଟ୍ରେଲିଆ , ଶ୍ରୀଲଙ୍କା, ଚେକ୍ ରିପବ୍ଲିକ ସମେତ ୬ ଟି ରାଷ୍ଟ୍ର ରୁ ଖ୍ୟାତି ସମ୍ପର୍ନ୍ନ ବାଲୁକା ଶିଳ୍ପୀ ଙ୍କ ସମେତ ଓଡ଼ିଶା ବାହାରର ୧୦ ଜଣ ବାଲୁକା ଶିଳ୍ପୀ ଯୋଗ ଦେବା ସ୍ଥିର ହୋଇଛି।ମୋଟ ୧୦୦ ଜଣ ବାଲୁକା ଶିଳ୍ପୀ ସମୁଦ୍ରକୂଳ ରେ ସେମାନଙ୍କ ର ବାଲୁକା କଳା ପ୍ରଦର୍ଶନ କରିବେ ବୋଲି ମହୋତ୍ସବ ର ବ୍ରାଣ୍ଡ ଆମ୍ବାସ୍ୟାଡର ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି।ପର୍ଯ୍ୟଟକ ଙ୍କ ସୁରକ୍ଷା ଦୃଷ୍ଟିରୁ ପୋଲିସ ଫୋର୍ସ ମୁତୟନ ,ପେଟ୍ରୋଲିଙ୍ଗ ବ୍ୟବସ୍ଥା , ଟ୍ରାଫିକ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁ ପ୍ରସାଦ ପତି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ