ଡିସେମ୍ବର ୨୦ରୁ ବାରିପଦାରେ ମୟୂରଭଞ୍ଜ ପୁସ୍ତକମେଳା

ବାରିପଦା (ମୁରାରୀ ମୋହନ ମହାପାତ୍ର):ମୟୂରଭଞ୍ଜ ପୁସ୍ତକମେଳା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ବାରିପଦା ଜୁବୁଲି ପାର୍କ ପରିସରରେ ଆୟୋଜନ ହୋଇ ଆଗାମୀ ଡିସେମ୍ବର ୨୦ ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ୧୦ ଦିନ ବ୍ୟାପୀ ଚଳିତ ବର୍ଷ ପୁସ୍ତକ ମେଳା ଅନୁଷ୍ଠିତ ହେବ ବୋଲି ନିଷ୍ପତି ଗ୍ରହଣ କରାଯାଇଛି. ପୂର୍ବ ବର୍ଷମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଏହି ମେଳା ବାରିପଦା ଛଉ ପଡିଆଠାରେ ଅନଷ୍ଠିତ ହେବ. ରାଜ୍ୟ ତଥା ରାଜ୍ୟ ବାହାରର ନାମୀଦାମୀ ପୁସ୍ତକ ପ୍ରକାଶକ ଓ ବିକ୍ରେତା ମେଳାରେ ଭାଗନେବେ ଏବଂ ମେଳାରେ ପାଠ୍ୟୋପକରଣର, ଆବଶ୍ୟକୀୟ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ଯର ବିପଣୀ ଏବଂ ନାନା ରକମର ଚଟପଟି ଓ ସୁମିଷ୍ଟ ଖାଦ୍ୟଷ୍ଟଲ ଖୋଲାଯିବ ବୋଲି ଅନୁଷ୍ଠାନର ସଂପାଦକ ଇଂ ମନୋଜ ଦଳବେହେରା ସୂଚନା ଦେଇଛନ୍ତି. ପୁସ୍ତକମେଳା କମିଟିର ସଭାପତି ପଦ୍ମନାଭ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଡ.ଶଶିଧର ବିଶ୍ବାଳ, ସମରେନ୍ଦ୍ର ବଶା, ଅଜିତ କୁମାର କବାଟ , ଜୟନ୍ତ କୁମାର ଦ୍ବାରୀ, ଶିଉଲାଲ ମହାନ୍ତ, ଶରତଚନ୍ଦ୍ର ନାୟକ, ପିତାମ୍ବର ମଲ୍ଲିକ , ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନ, କବି ବିଷ୍ଣୁ ଶତପଥୀ, କାବେରୀ ମିଶ୍ର, ଆମୋଦ ପ୍ରଧାନ, ଶୈଳେନ୍ଦ୍ର ଜ୍ୟୋତିଷୀ, କୃଷ୍ଣ କୁମାର ଖଣ୍ଡେଲଓ୍ବାଲ, ରାଜଲକ୍ଷ୍ମୀ ତ୍ରିପାଠୀ, ବିନୋଦ କୁମାର ଦାସ, ବୀଣାପାଣି ପଣ୍ଡା, ଭଗବତୀ ଦାଶ, ଅଚ୍ୟୁତ ପ୍ରସାଦ ମହାପାତ୍ର, ଅଜୟ କୁମାର ପାଳ, ଗୋପାଳ ସାଓ, ସତୀଶ ବେହେରା, ଡ. ସୁଶାନ୍ତ ବଶା, ଶଙ୍କର ଜେନା, ବିରଜା ଦେବୀ, ପାର୍ବତୀ ବାରିକ, ଭାସ୍ବତୀ ପଣ୍ଡା, ବିନୋଦ କୁମାର ଦାସ, ସୁସ୍ମିତା ଘୋଷାଲ, ସୁପ୍ରୀତି ଦଳବେହେରା, ହିମାଂଶୁ ଦାସ, ଆର୍ଯ୍ୟଭଟ୍ଟ ମହାନ୍ତି, ନରସିଂହ ବାରିକ, ଡ. ପ୍ରଦୀପ କୁମାର ଭୂୟାଁ, ବିଶ୍ବେଶ୍ବର ଦ୍ବିବେଦୀ, ସ୍ବପ୍ନ ଦଣ୍ଡପାଟ, ଦୀପକ ଦଣ୍ଡପାଟ, ପ୍ରଣତୀ ଦାସ, ପ୍ରିୟନାଥ ପାଣି, ଶିବଚରଣ ନାୟକ, ସୁଶାନ୍ତ ଗିରି, ଜ୍ୟୋତିର୍ମୟୀ କବାଟ, କମଳାଂଶୁ ତ୍ରିପାଠୀ, ମନୋଜ ଧଳ, ସତ୍ୟନାରାୟଣ କର ଓ ଜୟଶ୍ରୀ ଜେନା ପ୍ରମୁଖ ଭୋଗନେଇ ପୁସ୍ତକ ମେଳାକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ମୂଲ୍ୟବାନ ମତାମତମାନ ପ୍ରଦାନ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ