ଡିସେମ୍ବର ୨୨ ତାରିଖରେ ସରପଞ୍ଚ ନିର୍ବାଚନ

ବୁଗୁଡା,( ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା, ବୁଗୁଡା ବ୍ଲକ, ବି.କରଡ଼ାବାଡ଼ି ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ବ୍ଲକର ବିଭିନ୍ନ ୱାର୍ଡ ସଭ୍ୟ ସଭ୍ୟାଙ୍କ ପାଇଁ ୨୦୨୦ ମସିହା ଡିସେମ୍ବର ୨୨ ତାରିଖ ଦିନ ସକାଳ ୭ ଘଣ୍ଟା ଠାରୁ ମଧ୍ୟାହ୍ନ ୧୨ ଘଣ୍ଟା ପର୍ଯ୍ୟନ୍ତ ଉପନିର୍ବାଚନ ପାଇଁ ମତଦାନ ଗ୍ରହଣ କରାଯିବ ବୋଲି ବ୍ଲକ ନିର୍ବାଚନ ଅଧିକାରୀ ତଥା ବିଡ଼ିଓ ତନ୍ମୟ ପାତ୍ର ପ୍ରକାଶ କରିଛନ୍ତି। ଗତ ୨୦୨୦ ମାର୍ଚ୍ଚ ୨୦ ତାରିଖରେ ସରପଞ୍ଚ ନିର୍ବାଚନ ପାଇଁ ମତଦାନ ହେବାକୁ ଠିକ୍ ହୋଇଥିଲା। ମାଟ୍ରିକ ବୋର୍ଡ଼ ପରୀକ୍ଷା ପାଇଁ ଏହା ଚାରିଦିନ ବିଳମ୍ବରେ ମାର୍ଚ୍ଚ ୨୪ ତାରିଖ ହେବାକୁ ଠିକ୍ ହୋଇଥିଲା। ମାତ୍ର କୋଭିଡ-୧୯ ସଂକ୍ରମଣ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ବିଜ୍ଞାପନ ସଂଖ୍ୟା ୮୫୦ ତାରିଖ ୧୬/୩/୨୦ ପ୍ରକାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖା ଯାଇଥିଲା। ବର୍ତ୍ତମାନ ରାଜ୍ୟ ନିର୍ବାଚନ କମିଶନଙ୍କ ପତ୍ର ସଂଖ୍ୟା ଜିପି ୨୪୦୨ ତାରିଖ ୪/୧୨/୨୦ ପ୍ରକାରେ ବୁଗୁଡା ବ୍ଲକ ସମେତ ରାଜ୍ୟର ସମସ୍ତ ତ୍ରିସ୍ତରୀୟ ପାଞ୍ଚାୟତ ରାଜ ଉପନିର୍ବାଚନ ୨୨/୧୨/୨୦୨୦ ତାରିଖ ଦିନ ସକାଳ ୭ ଟା ଠାରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଭୋଟ ଦାନ ଅନୁଷ୍ଠିତ ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଡିସେମ୍ବର ୨୨ ରେ ଭୋଟ ଗ୍ରହଣ, ୨୩ ତାରିଖ ସକାଳ ୮ ଘଣ୍ଟାରୁ ବ୍ଲକ ଅଫିସରେ ଭୋଟ ଗଣତି ଆରମ୍ଭ, ଓ ୨୪ ତାରିଖ ଦିନ ଫଳାଫଳ ଘୋଷଣା କରାଯିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ