ଡିସେମ୍ବର ୨୫ ରୁ ରାଜ୍ୟସ୍ତରୀୟ ମଙ୍ଗଳା କପ୍ କ୍ରିକେଟ

ନିମାପଡ଼ା, (ସନ୍ତୋଷ ଦାଶ):ପ୍ରତିବର୍ଷ ପରି ଚଳିତବର୍ଷ ପୁରୀ ଜିଲ୍ଲା କାକଟପୁର ର ମିନିଷ୍ଟାଡିୟମ ଠାରେ ମଙ୍ଗଳା କ୍ରିକେଟ କ୍ଲବ ଆନୁକୂଲ୍ୟରେ ୩୩ ତମ ରାଜ୍ୟସ୍ତରୀୟ ମଙ୍ଗଳା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆସନ୍ତା ୨୫ ତାରିଖ ରବିବାର ଦିନଠାରୁ ଆରମ୍ଭ ହେବ l ଏହି ପ୍ରତିଯୋଗୀତା ଜାନୁଆରୀ ୮ ତାରିଖରେ ଉଦଯାପନ ହେବ ବୋଲି କ୍ଲବର ସଭାପତି ପ୍ରଦୀପ୍ତ କୁମାର ଦୀକ୍ଷିତ ପ୍ରକାଶ କରିଛନ୍ତି l ଉକ୍ତ ଟୁର୍ଣ୍ଣାମେଣ୍ଟ ରେ ମୋଟ ୮ଟି ଦଳ ଭାଗ ନେବାକୁ ଥିବାବେଳେ ଚମ୍ପିୟାନ ଦଳକୁ ୩୦ ହଜାର ଟଙ୍କା ସହିତ ଟ୍ରଫି ଏବଂ ରନର୍ସ ଦଳକୁ ୨୦ ହଜାର ଟଙ୍କା ସହିତ କପ ପୁରସ୍କାର ଦିଆଯିବା ସହିତ ସମସ୍ତ ଖେଳାଳି ଧଳା ଡ୍ରେସ ପରିଧାନ କରି ଏସଜି ଡ଼ିଉଜ ବଲ ରେ ଖେଳିବେ ବୋଲି ଆୟୋଜକ କ୍ଲବର ସମ୍ପାଦକ ଶୁଭ୍ରାଂଶୁ ଭୂଷଣ ଦୀକ୍ଷିତ ସୂଚନା ଦେଇଛନ୍ତି l କ୍ଲବର ଉପସଭାପତି ପ୍ରଦୀପ କୁମାର ପଣ୍ଡା, ମ୍ୟାନେଜର ଭାଗବତ ସ୍ୱାଇଁ, ସୂର୍ଯ୍ୟକାନ୍ତ ଦୀକ୍ଷିତ ପ୍ରମୁଖ ଙ୍କ ତତ୍ବାବଧାନରେ ଏହି ପ୍ରତିଯୋଗୀତା ଅନୁଷ୍ଠିତ ହେବ l କ୍ଲବର ଉପଦେଷ୍ଟା ତଥା ଭାରତୀୟ ବନ୍ଦର ମଜଦୁର ସଂଘର ସଭାପତି ରାକେଶ କୁମାର ପଟ୍ଟନାୟକ ଟୁର୍ଣ୍ଣାମେଣ୍ଟକୁ ଚଳିତ ବର୍ଷ ଉଚ୍ଚକୋଟୀର କରାଯିବ ବୋଲି ସୂଚନା ଦେଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ