ଡିସେମ୍ବର ୩୧ରୁ ବରଗଡ଼ ଧନୁଯାତ୍ରା

ରଗଡ଼: ବିଶ୍ୱ ପ୍ରସିଦ୍ଧ ବରଗଡ଼ର ଧନୁଯାତ୍ରା ଆଗାମୀ ଡିସେମ୍ବର ୩୧ରୁ ଆରମ୍ଭ ହେବ । ମୁକ୍ତାକାଶ ରଙ୍ଗମଂଚରେ ଆୟାଜିତ ହେବାକୁ ଯାଉଥିବା ୭୧ତମ ଧନୁଯାତ୍ରାକୁ ଆକର୍ଷଣୀୟ କରିବା ପାଇଁ ଶନିବାର ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ଜ୍ୟୋତି ରଂଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏସପି ପଦ୍ମିନୀ ସାହୁ ଓ ଧନୁଯାତ୍ରା କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ୧୧ ଦିବସୀୟ ଏହି ମହୋତ୍ସବ ଜାନୁଆରି ୧୦ ଯାଏ ଚାଲିବ । ଧନୁଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମଧ୍ୟ ସ୍ଥାନ ଦିଆଯାଇଛି । ମହୋତ୍ସବରେ ସ୍ଥାନୀୟ କଳାକାର ଓ ବାହାର ରାଜ୍ୟର କଳାକାର ଭାଗ ନେବେ । ସେହିପରି ମୀନାବଜାର ଓ ଅନ୍ୟ ବ୍ୟବସାୟ ମେଳାକୁ ମଧ୍ୟ ଗୁରୁତ୍ୱ ଦିଆଯିବ । ଧନୁଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ଓକିଲ ସଂଘ ଧନୁଯାତ୍ରା ଆୟବ୍ୟୟ ଖର୍ଚ୍ଚ ସନ୍ଦେହଜନକ ଥିବା ଅଭିଯୋଗ କରିଛି । ଅଡିଟ ସହ ତଦନ୍ତ କରିବାକୁ ଜିଲ୍ଲା ଓକିଲ ସଂଘର ଦାବି କରିଛି । ସେହିପରି ମହୋତ୍ସବ ସମୟରେ ବେଆଇନ ପାର୍କିଂ ଫି ଆଦାୟକୁ ବିରୋଧ କରିଛି । ଏତଦ ବ୍ୟତୀତ ରାତି ସାଢ଼େ ୧୧ଟା ଯାଏ ମହୋତ୍ସବ ଚାଲୁ ରଖିବାକୁ ଦାବି କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ