ଡିସେମ୍ବର ୭ରେ ଜଗତସିଂହପୁର ବଜାର ବନ୍ଦକୁ ସମର୍ଥନରେ ନାଉଗାଁରେ ପ୍ରଚାର

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ସହରରେ ମେଡିକାଲ କଲେଜ ପ୍ରତିଷ୍ଠା, ପଲ୍ଲୀ ସ୍ଵାସ୍ଥ୍ୟକେନ୍ଦ୍ର ଜଗତସିଂହପୁର ଜିଲ୍ଲାରୁ କଟକ ସ୍ଥାନାନ୍ତର ବନ୍ଦ କରିବା ଓ ଜଗତସିଂହପୁର ଡାକ୍ତରଖାନାକୁ ସିଟି ହସ୍ପିଟାଲ ଘୋଷଣା କରି ଶଯ୍ୟା ସଂଖ୍ୟା ୫୦୦କୁ ବୃଦ୍ଧି କରିବା ଦାବିରେ ଆସନ୍ତା ଡ଼ିସେମ୍ବର ୭ ତାରିଖରେ ଜଗତସିଂହପୁର ସହର ବନ୍ଦକୁ ସଫଳ କରିବା ପାଇଁ ମଙ୍ଗଳାବର ନାଉଗାଁ ଅଞ୍ଚଳରେ ପ୍ରଚାର କାର୍ଯ୍ୟ ଚାଲୁ ରହିଛି। ଏହି ପ୍ରଚାରରେ ପୋଷ୍ଟର ଲଗାଯିବା ସହିତ ପ୍ରଚାର ପତ୍ର ବାଣ୍ଟିବା ଆଦି କାର୍ଯ୍ୟକ୍ରମ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ଏସ.ୟୁ.ସି.ଆଇ( କମ୍ୟୁନିଷ୍ଟ) ପାର୍ଟିର ଜିଲ୍ଲା ସଂପାଦକ କମ୍ରେଡ ସୁବାସ ସ୍ବାଇଁ, ନବନିର୍ମାଣ କୃଷକ ସଂଗଠନର ଜିଲ୍ଲା ସହସଂଯୋଜକ ଅଶୋକ କୁମାର ସ୍ୱାଇଁ, ନାଉଗାଁ ବ୍ଳକ ସଂଯୋଜକ କୈଳାସ ଚନ୍ଦ୍ର ପରିଡା, ଅନାଦି ଚରଣ ମହାନ୍ତି, ଦାମୋଦର ପରିଡ଼ା, ପ୍ରଫୁଲ୍ଲ କୁମାର ପରିଡ଼ା, ଶରତ ନାୟକ, ସୁଦୀପ୍ତ ଜେନା ସଞ୍ଜୟ ସ୍ଵାଇଁ, ପୁରସ୍ତମ ବିଶ୍ଵାଳ, ଜୟଦେବ ପାଢ଼ୀ ପ୍ରମୁଖ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ