ଡି.ଆଇ.ଇ.ଟି ର ନୂତନ ଅଧ୍ୟକ୍ଷଙ୍କୁ ଶିକ୍ଷକ ସଂଘ ତରଫରୁ ସ୍ଵାଗତ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : ସହରର ସ୍ଥାନୀୟ ଡି.ଆଇ.ଇ.ଟି  ତଥା ଜିଲ୍ଲା ଶିକ୍ଷକ ଓ ଶିକ୍ଷା ପ୍ରଶିକ୍ଷକ ପ୍ରତିଷ୍ଠାନର ନୂତନ ଅଧ୍ୟକ୍ଷ ରୂପେ ଉକ୍ତ ପ୍ରତିଷ୍ଠାନର କର୍ଜ୍ୟାଧରତ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଶ୍ରୀ ଡା. ମୁର୍ମୁ ଙ୍କୁ ଅଧ୍ୟକ୍ଷ ପଦବୀକୁ ପଦୋନ୍ନତି ଦିଆଯାଇ ସେହି ଶିକ୍ଷାନୁଷ୍ଟନ ଠାରେ ଅବସ୍ଥାପିତ କରାଯାଇଛି । ଏଠାରେ ଥିବା ଅଧ୍ୟକ୍ଷ ଅପନ୍ନା ମିଶ୍ରଙ୍କୁ ବଦଳୀ କରାଯାଇ ଭୁବନେଶ୍ଵରସ୍ଥ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦକୁ ଉପ ନିର୍ଦେଶକ ଭାବେ ବଦଳୀ କରାଯାଇଅଛି । ଡା. ମୁର୍ମୁ ଏକାଧାରରେ ଜେନ ଶିକ୍ଷାବିତ , ଛାତ୍ର ମଣ୍ଡଳ , ଉତ୍ତମ ପ୍ରଶିକ୍ଷକ , ସାଂସ୍କୃତିକ ପ୍ରେରଣ , ସାହିତ୍ୟକ ଓ ନୃତ୍ୟ ଶିଳ୍ପୀ ରୂପେ ଏହି ଜିଲ୍ଲାରେ ପରିଚିତ । ତାଙ୍କର ଏହି ନିଯୁକ୍ତିକୁ ଶିକ୍ଷକ ସଂଘ ତରଫରୁ ପ୍ରସାଦ କୁମାର ନାୟକ , ପ୍ରଫୁଲ ଚନ୍ଦ୍ର ପାଣିଗ୍ରାହୀ , ବରିଷ୍ଠ ପ୍ରଶିକ୍ଷକ ପ୍ରଦୀପ କୁମାର ଜେନା ଓ ପ୍ରତିଷ୍ଠାନର ବିଦ୍ୟାର୍ଥୀମାନେ ସ୍ଵାଗତ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ