ଡି ଏଲ୍ ଥାଇ ମଧ୍ୟ ଫାଇନ

ସୋରଡା, (ରଜନୀକାନ୍ତ ମହାପାତ୍ର):ସୋରଡା କବିରାଜ ସାହି ର ଏମ ସୁନୀଲ କୁମାର ଆଚାରୀ ନିଜର କାର ( ଓଡ଼ି୧୦ବି୫୨୭୭) ଧରି ୩୦/୦୫/୨୦୨୩ ରେ କୌଣସି କାମରେ ରାୟଗଡା ଯାଇଥିଲେ । ସେଠାରେ ପିଚୁଡି ଠାରେ ଗାଡି ସ୍ପିଡ଼ ଚାଲଣ ପାଇଁ ୨୦୦୦ ଓ ବୀନା ଡ଼ିଏଲ ପାଇଁ ୫୦୦୦ ଟଙ୍କା ମୋଟୋ ୭୦୦୦ ଟଙ୍କା ଚାଲାଣ ଓଆର ୧୬ ୭୯୨୫୨୩୦୫୩୦୧୨୨୨୩୮ ରେ କଟିଥିଲା । ସେ ଏହା ଜାଣିପାରିନଥିଲେ । ସୋରଡା ଆସିବା ପରେ ଗତକାଲି ତାଙ୍କରାୟଗଡା ଆରଟିଓ ଙ୍କ ତରଫରୁ ମୋବାଇଲ କୁ ମେସେଜ ଆସିଥିଲା ତୁରନ୍ତ ଟଙ୍କା ପଇଠ କରିବାକୁ । ତେବେ ସୁନୀଲ କହିବା କଥା ମୋତେ କେଉଁଠି ମଧ୍ୟ କିଏ ଅଟକାଇ ଯାଞ୍ଚ କରିନାହାନ୍ତି । ଯଦିଚ ସ୍ପିଡ ପାଇଁ ଫାଇନ ପଡିବା ଅଲଗା କଥା କିନ୍ତୁ ଡ଼ିଏଲ ନଥିବା ପାଇଁ ୫୦୦୦ ଫାଇନ ଅଜବ କଥା । ମୋର ତ ଡ଼ିଏଲ ଓଆର ୦୭ ୨୦୦୯୦୨୩୭୩୦୪ ଯାହାର ୨୪/୧୧/୨୦୨୯ ପର୍ଯ୍ୟନ୍ତ ବୈଧ ଅଛି । ତେଣୁ ସେ ଏଥିପାଇଁ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ପରିବହନ ବିଭାଗକୁ ଫାଇନ ଅର୍ଥ କୁ ରଦ୍ଧ କରିବାକୁ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ