ଡି.ଏ.ଭିକଳିଙ୍ଗ ନଗରରେ ଓଡି଼ଆ ନବବର୍ଷ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଡି.ଏ.ଭି କଳିଙ୍ଗ ନଗର ଠାରେ ଓଡ଼ିଆ ନବବର୍ଷ, ମହା ବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ତୁଳସୀ ଚଉରା ମୂଳରେ ବିଧି ମୁତାବକ ପୂଜା ଅର୍ଚ୍ଚନା କରାଯାଇ ପଣା ଅର୍ପଣ କରାଯାଇଥିଲା । ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ୱାରା ବୃନ୍ଦଗାନ, କବିତା ଆସର, କ୍ଷୁଦ୍ର ନାଟକ ତଥା ଦିବସର ତାତ୍ପର୍ଯ୍ୟ ଉପରେ ଅଭିଭାଷଣ ରଖାଯାଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ଏହି ଅବସରରେ ସମସ୍ତଙ୍କୁ ଓଡିଆ ନବବର୍ଷର ଅଭିନନ୍ଦନ ଜଣାଇବା ସହ ଓଡିଶାର କଳା ଓ ସଂସ୍କୃତିକୁ ବଜାୟ ରଖିବା ପାଇଁ ସମସ୍ତଙ୍କୁ ଅହ୍ୱାନ ଦେଇଥିଲେ । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନଙ୍କ ତରଫରୁ ଅଧ୍ୟକ୍ଷଙ୍କୁ ପୁଷ୍ପଗୁଚ୍ଛ ଦିଆଯାଇ ନବବର୍ଷର ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା । ଉତ୍ତମ ସମନ୍ୱୟ ରକ୍ଷା ପାଇଁ ଅନ୍ୟାନ୍ୟ ବିଦ୍ୟାଳୟ ମାନଙ୍କୁ ଶୁଭେଚ୍ଛା ବାର୍ର୍ତ୍ତାମଧ୍ୟ ପ୍ରଦାନ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଓଡିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ ପରିଚାଳନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ