ଡି ଏ ଭି ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡା ଅନୁଷ୍ଠିତ
କୋରାପୁଟ, (ହେମନ୍ତ ପାଣଗ୍ରାହୀ) କୋରାପୁଟ ସ୍ଥାନୀୟ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ସମାରୋହ ୨୦୨୪- ୨୫ ଅନୁଷ୍ଠିତ ହୋଇଥିଲା l ଏହି କ୍ରୀଡା ସମାରୋହ ରେ କୋରାପୁଟ ଆରକ୍ଷୀ ଅଧ୍ୟକ୍ଷ ଶ୍ରୀ ରୋହିତ ବର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମାରୋହ କୁ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ l ମଶାଲ ଶୋଭାଯାତ୍ରା ମାଆ ମୁତ୍ୟାଲ ମା ଙ୍କ ମନ୍ଦିରରୁ ଆଣି ପୋଲିସ ପଡିଆ ଠାରେ ସ୍ଥାପନା କରଯାଇଥିଲା ଏବ୍ଂ କ୍ରୀଡା ଗୁଡିକ ଆରମ୍ଭ କରାଯାଇଥିଲା l ମୁଖ୍ୟ ଅତିଥି ନିଜ ଅଭିଭାଷଣରେ ଗୁରୁ ଛାତ୍ର, ଛାତ୍ରୀ ଙ୍କୁ କ୍ରୀଡା ର ମହତ୍ତ୍ୱ ବିଷୟରେ ଆଲୋକପାତ କରିଥିଲେ ଏବ୍ଂ କହିଥିଲେ କ୍ରୀଡା କେବଳ ଏକ ପ୍ରତିଯୋଗିତା ନୂହେଁ , ଏହା ଏକ ଜୀବନ ଶୈଳୀ ଯେଉଁଥିରେ ଶାରୀରିକ, ମାନସିକ ଏବଂ ଭାବନାତ୍ମକ ଉନ୍ନତି ହୋଇଥାଏ। ଏହା ଆମୋ ଜୀବନରେ ଶୃଙ୍ଖଳା, ପରିଶ୍ରମ, ଏକତା ଏବଂ ଆତ୍ମବିଶ୍ୱାସ ଗଠନ କରେ। ଏହି ମହୋତ୍ସବ ପିଲା ଙ୍କୁ ଭଲ ପ୍ରଦର୍ଶନ କରିବାର ଅବସର ଦେଉ ଏବଂ ଜୀବନ ରେ ଏକ ଭଲ ମଣିଷ ହେବା ପାଇଁ ଉପଦେଶ ଦେଇଥିଲେ l ମୁଖ୍ୟ ଅତିଥି ବିଭିନ୍ନ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ l ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ମାର୍ଚ୍ ପାଷ୍ଟ ଏବଂ ଜୁମ୍ବା ନୃତ୍ୟ ସୁନ୍ଦର ଭାବେ ମୁଖ୍ୟ ଅତିଥି ଙ୍କ ସମ୍ମୁଖରେ କରାଯାଇଥିଲା l
ଏହି ବାର୍ଷିକ କ୍ରୀଡା ଉତ୍ସବ ରେ ସର୍ବମୋଟ ପଚିଶ ଟି ବିଭିନ୍ନ ପ୍ରକାର କ୍ରୀଡାର ଆୟୋଜନ କରାଯାଇଥିଲା l ୧୦୦ ମିଟର ରୁ ଆରମ୍ଭ କରି ୮୦୦ ମିଟର ପର୍ଯ୍ୟନ୍ତ ଦୌଡ ପ୍ରତିଯୋଗୀତା ରଖା ଯାଇଥିଲା l ଅନ୍ୟନ୍ୟ ପ୍ରତିଯୋଗୀତା ଗୁଡିକ ଯଥା ଲମ୍ବା ଡିଆଁ, ଉଚ୍ଚ ଡିଆଁ, ଦିସ କସ ଥ୍ରୋ, ସଟ ଫୁଟ ଥ୍ରୋ, ମୂଜିକଲ୍ ଚେୟାର ଆଦି ପ୍ରତିଯୋଗୀତା ଉଭୟ ବାଳକ ଏବଂ ବାଳିକା ବିଭାଗରେ ଆୟୋଜନ କରାଯାଇଥିଲା। ସମସ୍ତ ଛାତ୍ରଛାତ୍ରୀ ସଫଳତା ର ସହ ଭାଗ ନେଇ ସମାରୋହ କୁ ସାଫଲ୍ୟ ମଣ୍ଡିତ କରିଥିଲେ।ଉଦଯାପନୀ ସମାରୋହରେ ପ୍ରଫେସର ପ୍ରଦୀପ କୁମାର ଡାଙ୍ଗ, ପୂର୍ବତନ ଅଧ୍ୟକ୍ଷ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ର,ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ଏବଂ କୃତି ଛାତ୍ର,ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ।
ଏହି ବାର୍ଷିକ କ୍ରୀଡା ସମାରୋହ ଅଧ୍ୟକ୍ଷ ପ୍ରଫେସର ଦେବେନ୍ଦ୍ର କୁମାର ସେଠୀ ଙ୍କ ପ୍ରତ୍ଯକ୍ଷ ତତ୍ବାବଧାନରେ ଏବଂ ଅଧକ୍ଷତାରେ, ଶ୍ରୀ ଉପେନ୍ଦ୍ର ଶବର ଏବଂ ଶ୍ରୀମତୀ ସସ୍ମିତା ନାୟକ ଙ୍କ ସଂଯୋଜନାରେ ଏବଂ ଅନୁଷ୍ଠାନ ର ସମସ୍ତ କର୍ମଚାରୀ ମାନଙ୍କ ସହଯୋଗ ରେ ଅୟୋଜନ କରାଯାଇଥିଲା। ଜୟଦେବ ଜାକାକା ଏବଂ ମୋହିନୀ ବିଶୋଇ କ୍ରୀଡା ସଚିବ ଭାବେ ସୂଚାରୁ ରୂପେ ଦାୟିତ୍ଵ ନିର୍ବାହ କରିଥିଲେ ।