ଡି.ସମର୍ପିତା ଦୋରା +୨ ବିଜ୍ଞାନରେ ବୁଗୁଡା ବ୍ଲକ ଟପର

ବୁଗୁଡ଼ା, (ଅନିଲ କୁମାର ମହାରଣା) :ଓଡିଶା ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ +୨ ବିଜ୍ଞାନ ପରୀକ୍ଷା ଫଳାଫଳ ପ୍ରକାଶ ପାଇଥିବା ବେଳେ ବୁଗୁଡା ପିପୁଲସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ଡି.ସମର୍ପିତା ଦୋରା ୫୩୨ ମାର୍କ ରଖି ବୁଗୁଡା ବ୍ଲକ ଟପର ହେବାର ଗୌରବ ଅର୍ଜନ କରିଛନ୍ତି । ସେହିପରି ୟୁ ଦିବ୍ୟାନୀ ପାତ୍ର ୫୧୦ ମାର୍କ ରଖି ବିଦ୍ୟାଳୟ ସହ ବ୍ଲକରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି । ପିପୁଲସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମୋଟ ୧୨୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ଥିଲେ । ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୪୯ ଜଣ ପାସ କରିଥିବା ବେଳେ ଦ୍ଵିତୀୟ ଶ୍ରେଣୀରେ ୪୨ ଜଣ ଓ ତୃତୀୟ ଶ୍ରେଣୀରେ ୩୩ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ମାତ୍ର ୪ ଜଣ ଫେଲ ହୋଇଥିବା ଜଣାପଡିଛି । ସେହିପରି ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମୋଟ ୩୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସମସ୍ତେ ପାସ କରି ଶତ ପ୍ରତିଶତ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେନାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୨୨ ଜଣ, ଦ୍ଵିତୀୟ ଶ୍ରେଣୀରେ ୮ ଜଣ ଓ ତୃତୀୟ ଶ୍ରେଣୀରେ ୩ ଜଣ ଉର୍ତ୍ତିନ୍ନ ହୋଇଛନ୍ତି । ଏହି ୩୩ ଜଣଙ୍କ ମଧ୍ୟରେ ସ୍ମିତାରାଣୀ ନାୟକ ୪୮୪ ମାର୍କ ରଖି ବିଦ୍ୟାଳୟରେ ପ୍ରଥମ ହୋଇଥିବା ବେଳେ ସୁବ୍ରାନସୁସେନ ପାଣିଗ୍ରାହୀ ୪୭୪ ମାର୍କ ରଖି ଦ୍ଵିତୀୟ ଓ ମନୀଷା ଗୌଡ଼ ୪୬୧ ମାର୍କ ରଖି ସ୍କୁଲରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଅନ୍ୟତମ ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମୋଟ ୩୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସମସ୍ତ ଉତ୍ତୀର୍ଣ୍ଣ ହୋଇ ପରୀକ୍ଷା ଫଳ ଶତପ୍ରତିଶତ ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ୧୨ ଜଣ ପ୍ରଥମ ଶ୍ରେଣୀ , ୧୩ ଜଣ ଦ୍ଵିତୀୟ ଶ୍ରେଣୀ ଓ ୧୦ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ପ୍ରକାଶ ଚନ୍ଦ୍ର ଜେନା ମୋଟ ୪୩୭ ମାର୍କ ରଖି ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ