ଡୁଡୁନ ଫାଉଣ୍ଡେସନ ଟ୍ରଷ୍ଟର ପ୍ରଥମ ଜନ୍ମବାର୍ଷିକ ପାଳିତ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍): ରାଜ୍ୟର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଡୁଡୁନ ଫାଉଣ୍ଡେସନ ପାଳନ କରିଛି ତାର ପ୍ରଥମ ସ୍ୱନକ୍ଷତ୍ର ଉତ୍ସବ । ଉତ୍ସବଟି ସମ୍ପୂର୍ଣ୍ଣ ନିରାମ୍ବଡ଼ମ୍ବର ରୂପେ ଆୟୋଜିତ କରାଯାଇଥିଲା । ଉତ୍ସବରେ ନା ଥିଲା ନାଚ, ଗୀତ ନା ଥଲା ରଙ୍ଗ ବେରଙ୍ଗର ଆଲୋକ ସଜ୍ଜା, ନା ଥିଲା ଜନଗହଳି । ସରକାରଙ୍କ କୋଭିଡ଼ ନିୟମକୁ ସମ୍ମାନ ଜଣାଇ ସମ୍ପୂର୍ଣର୍ ନିଆରା ରୂପେ ଅନୁଷ୍ଠାନର ଜନ୍ମଦିନଟିକୁ ଭୁବନେଶ୍ୱର ଝାରପଡ଼ାସ୍ଥିତ ଅନୁଷ୍ଠାନ ପରିସର ମଧ୍ୟରେ ଆୟୋଜନ କରାଯାଇଥିଲା । ଉତ୍ସବରେ ମହାମାରୀ କରୋନା ଯୁଦ୍ଧରେ ଲଢୁଥିବା ଯୋଦ୍ଧାମାନେ ଥିଲେ ନିମନ୍ତ୍ରିତ ଅତିଥି । ସେମାନଙ୍କ ମଧ୍ୟରେ ଡାକ୍ତର, ସେବିକା, ସଫେଇ କର୍ମଚାରୀ, ପୋଲିସ, ଗଣମାଧ୍ୟମର ପ୍ରତିନିଧି ଏବଂ ସାମାଜିକ କର୍ମୀ ପ୍ରମୁଖ ସାମିଲ ହୋଇଥିଲେ । କରୋନା ଯୁଦ୍ଧରେ ଦିନରାତି ଲଢେଇ କରୁଥିବା ଯୋଦ୍ଧମାନଙ୍କର ମନୋବଳଙ୍କୁ ବଢେଇବା ଓ ସେମାନଙ୍କ କାର୍ଯ୍ୟକୁ ସମ୍ମାନ ଜଣାଇ ଅନୁଷ୍ଠାନ ପକ୍ଷରୁ ପ୍ରତ୍ୟେକ ଯୋଦ୍ଧାଙ୍କୁ ‘କରୋନା ବୀର’ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଉତ୍ସବରେ ମୁଖ୍ୟ ଅତିଥି ରୂପେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ରଞ୍ଜନ ଦାଶ, ବିଶିଷ୍ଟ ସମାଜସେବୀ ଶୁଭଶ୍ରୀ ଦାଶ, ଶିଖର ଜେନା, ପ୍ରମୁଖ ଯୋଗଦେଇଥିଲେ । ଏହି ଉତ୍ସବରେ ଟ୍ରଷ୍ଟର ଅଧ୍ୟକ୍ଷା ଡଃ ବନ୍ଦନା ହରିଚନ୍ଦନ ସଭାପତିତ୍ୱ କରିଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ଡାକ୍ତର ମନୋଜ କୁମାର ସାହୁ ସାମ୍ବାଦିକ ଡି ନିରଞ୍ଜନ ରେଡ୍ଡୀ, ରାମଜୀବନ ଗୋଚ୍ଛାୟତ, ନିରୋଦ ବରଣ ମହାପାତ୍ର, ନିରୋଦ ପଟ୍ଟନାୟକ, ପ୍ରଦୀପ କୁମାର, ଏସ ରାଜୀବ ଗୌରବ, ସେବିକା ଶଶ୍ମିତା ପୂଜାରୀ, ସମାଜସେବୀ ସୁଶାନ୍ତ ସାହୁ, ପ୍ରିୟବ୍ରତ ପଣ୍ଡା, ମହିଳା ଥାନା ଅଧିକାରୀ ବନିତା ମହାରଣା, ଲକ୍ଷ୍ମୀସାଗର ଥାନା ଅଧିକାରୀ ଭରତ ଚନ୍ଦ୍ର ସାହୁ, ଶରତ ଚନ୍ଦ୍ର ପ୍ରମୁଖ ୬୦ ଜଣଙ୍କୁ ‘କରୋନା ବୀର’ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି ଉତ୍ସବରେ ଟ୍ରଷ୍ଟର ପରିଚାଳନା ନିର୍ଦ୍ଧେଶକ ସଞ୍ଜୀବ ହରିଚନ୍ଦନ, ସଭାପତି ଜ୍ୟୋତିପ୍ରକାଶ ସ୍ୱାଇଁ, ଉପସଭାପତି ବିକାଶ ରାଉତ, କୋଷାଧ୍ୟକ୍ଷ ମମତା ମହାପାତ୍ର ପ୍ରମୁଖ ସହଯୋଗର ହାତ ବଢାଇଥିଲେ । ଉତ୍ସବରେ ମଞ୍ଚ ସଂଯୋଜନା କରିଥିଲେ ଡଃ ମୃତ୍ୟୁଞ୍ଜୟ ରଥ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ