ଡୁବୁଲୀ ଛକ ଠାରେ ଶଙ୍କର ଭିଜନ କେର୍ ସେଣ୍ଟର ଉଦଘାଟିତ
ଛତ୍ରପୁର (ଦେବଦତ୍ତ ମହାରଣା): ଗୋପାଳପୁର ବନ୍ଦର ସିଏସଆର ଆନୁକୂଲ୍ୟରେ ,ସେବା ଫାଉଣ୍ଡେସନ ଓ ସମରଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟର ମିଳିତ ସହଯୋଗରେ ଗୋପାଳପୁର ବନ୍ଦର ନିକଟସ୍ଥ ଡୁବୁଲି ଛକ ନିକଟରେ ଜନସାଧାରଣଙ୍କ ସେବା ନିମନ୍ତେ ଶଙ୍କର ଭିଜନ କେର୍ ସେଣ୍ଟର ଉଦଘାଟିତ କରାଯାଇଛି । ଗୋପାଳପୁର ବନ୍ଦରର (ଏଚଆର- ଆଇଆର ) ଭାଇସ ପ୍ରେସିଣ୍ଡେଣ୍ଟ ଅଜୟ କୁମାର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହାର ଶୁଭ ଉଦଘାଟନ କରିଥିଲେ । ଏହା ସହ ଅନ୍ଧତା ଦୂରୀକରଣ ଲକ୍ଷ୍ୟ ନେଇ ଶଙ୍କର ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ପୂର୍ବରୁ ବ୍ରହ୍ମପୁର, ଆସିକା ଓ ଛତ୍ରପୁର ଠାରେ ୩ଟି ପରିବର୍ଦ୍ଧିତ ଭିଜନ କେର୍ ସେଣ୍ଟର କାର୍ଯ୍ୟ କରୁଥିବା ବେଳେ ଏହା ଚତୁର୍ଥ ଭାବେ କାର୍ଯ୍ୟକ୍ଷମ ହୋଇଥିବା ଶଙ୍କର ଚକ୍ଷୁ ଚିକିତ୍ସାଳୟର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ବିଶିଷ୍ଟ ସେବା ପଦକ ପ୍ରାପ୍ତ ଏୟାର କମାଡେଣ୍ଟ ଅରବିନ୍ଦ ମହାନ୍ତି କହିଛନ୍ତି । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଗୋପାଳପୁର ବନ୍ଦରର ଏଭିବି (ରେଲୱେ) ସୁର୍ଯ୍ୟ ନାରାୟଣ ମିଶ୍ର, ସୁରେଶ ପୁରୋହିତ (ଅପରେସନ) ଏଭିବି, ନିର୍ଦ୍ଦେଶକ କର୍ଣ୍ଣୋଲ ଦୀପକ ରାମପାଲ, ଶଙ୍କର ଚକ୍ଷୁ ଚିକିତ୍ସାଳୟ ର ଉପଦେଷ୍ଟା ବି. ଶ୍ରୀନିବାସ ଡିଜିଏମ (ଅପରେସନ) ବି.ପି.ସାମଲ, ଏଚଆର ଅଂଚଳ ପାଣିଗ୍ରାହୀ, ଭିସିଟି ଗିରିଶ ଚନ୍ଦ୍ର ପାତ୍ର, ପାୟଲ ସାହୁ, ବି.କାମେଶ୍ୱରୀ, , କଣମଣା ସରପଞ୍ଚ ଏସ.ଚକ୍ରପାଣି ରେଡ୍ଡୀ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କର, ବିଜେଡି ନେତା ଅହି ଭୂଷଣ ସାହୁ, ଗୋପାଳପୁର ପୋର୍ଟ ଡକ୍ ୱାର୍କସ୍ ୟୁନିୟନ ର ଉପସଭାପତି ଜି.ଜଗନ୍ନାଥ, ଗୋପାଳପୁର ପୋର୍ଟ ମଜଦୁର ୟୁନିୟନର ଯୁଗ୍ମ ସମ୍ପାଦକ ଏନ୍. ଦୀନବନ୍ଧୁଙ୍କ ସମେତ ଆଖପାଖ ଅଂଚଳର ବହୁ ବୁଦ୍ଧିଜିବୀ, ଗୋପାଳପୁର ବନ୍ଦର ଓ ଶଙ୍କର ଚକ୍ଷୁ ଚିକିତ୍ସାଳୟ ର ବହୁ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଏହି ଭିଜନ କେର୍ ସେଣ୍ଟର କାର୍ଯ୍ୟକ୍ଷମ ହେବା ଦ୍ୱାରା ଆର୍ଯ୍ୟପଲ୍ଲି, କଣମଣା ଓ କାଳିପଲ୍ଲୀ ପଞ୍ଚାୟତ ର ସମସ୍ତ ଜନସାଧାରଣ ଏବଂ ଗୋପାଳପୁର ବନ୍ଦରର ସମସ୍ତ କର୍ମଚାରୀ ଓ ଟ୍ରକ ଚାଳକ ମାନେ ଚକ୍ଷୁ ସେବାରେ ସହାୟତା ହେବ ବୋଲି ଶଙ୍କର ଚକ୍ଷୁ ଚିକିତ୍ସାଳୟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି । ସମସ୍ତ କାର୍ଯ୍ୟକ୍ରମକୁ ଉପଦେଷ୍ଟା ବି. ଶ୍ରିନୀବାସ ପରିଚାଳନାରେ ସହ ଯୋଗ କରିଥିଲେ । ପ୍ରାରମ୍ଭରେ ଏହି ଉଦଘାଟନୀ ଦିବସ କୁ ଅଧିକ ସ୍ମରଣୀୟ କରିବା ନିମନ୍ତେ ଅତିଥୀ ମାନଙ୍କ ଦ୍ୱାରା ଏକ କେକ୍ କାଟି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲ।। ଏହାସହ ଅତିଥୀ ମାନଙ୍କ ଚକ୍ଷୁ ପରୀକ୍ଷା ମଧ୍ୟ କରାଯାଇଥିଲ।। ପରେ ଶଙ୍କର ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ଯୋଗଦେଇଥିବା ସମସ୍ତ ଅତିଥୀ ମାନଙ୍କୁ ପୁଷ୍ପ ସହ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲ।।


