ଡୁମାକୁମ୍ପା କ୍ଳଷ୍ଟରରେ ସ୍ବଚ୍ଛତା ସଚେତନ ରାଲି ଅନୁଷ୍ଠିତ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ନିର୍ଦ୍ଦେଶ ପ୍ରକାରେ ବିଦ୍ୟାଳୟ ଗୁଡିକରେ ପ୍ରତି ବର୍ଷ ସେପ୍ଟେମ୍ବର ପହିଲାରୁ ପନ୍ଦର ତାରିଖ ପର୍ଯ୍ୟନ୍ତ ସ୍ବଚ୍ଛତା ପକ୍ଷ ପାଳନ କରାଯାଇଆସୁଛି ଏହି ପ୍ରକାରେ ଭଞ୍ଜନଗର ବ୍ଳକ ଡୁମାକୁମ୍ପା କ୍ଳଷ୍ଟର ଅଧୀନରେ ଥିବା ବିଦ୍ୟାଳୟ ଗୁଡିକରେ ଏହି ସ୍ବଚ୍ଛତା ପକ୍ଷ ପାଳନ ଅବସରରେ ସ୍ବଚ୍ଛତା ସଚେତନତା ନିମିତ୍ତ ରାଲି ର ଆୟୋଜନ କରାଯାଇଛି ଏହି ପଞ୍ଚାୟତର ଡହ ଠାରେ ଓଡିଶାର ଏକ ବୃହତ ଜଳ ଭଣ୍ଡାର ରହିଛି ଯାହାକୁ ଦେଖିବା ପାଇଁ ପ୍ରତ୍ୟହ ବହୁ ଜନ ସମାଗମ ହୋଇଥାଏ ଏଣୁ ଏହି ଡ୍ୟାମ ସନ୍ନିକଟସ୍ଥ ଗ୍ରାମର ରାସ୍ତାରେ ଝାଡ଼ା ନ ଫେରିବା, ମଇଳା ଆବର୍ଜନା ଆଦି ନ ପକାଇବା ଓ ସ୍ବଚ୍ଛତା ବଜାୟ ରଖିବା ଭଳି ବାର୍ତ୍ତା ପ୍ରଦାନ କରିଛନ୍ତି ବିଦ୍ୟାଳୟର କୁନି ଛାତ୍ର ଛାତ୍ରୀମାନଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ପରିବେଶ ସୁରକ୍ଷା ନିମିତ୍ତ ବୃକ୍ଷରୋପଣ କରିବା ଓ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବା ପାଇଁ ସାର୍ଦ୍ଦୁଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଡୁମାକୁମ୍ପା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମେତ ଗୁରାବାଡି,ଖମାରେଡୀ ଆଦି ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ସ୍ବଚ୍ଛତା ପକ୍ଷ ପାଳନ ଅବସରରେ ଅନୁଷ୍ଠିତ ହୋଇଥିବା ଜଣା ପଡିଛି ସାର୍ଦ୍ଦୁଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସୁଦାମ ଦଳବରା ଙ୍କ ନେତୃତ୍ବରେ ପ୍ଳାକାର୍ଡ ଧରି ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ରାଲିରେ ଅଂଶ ଗ୍ରହଣ କରିଥିବା ବେଳେ ଡୁମାକୁମ୍ପା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସି.ଆର୍.ସି.ସି ତ୍ରିନାଥ ବେହେରା ଙ୍କ ଉପସ୍ଥିତିରେ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ପଟ୍ଟନାୟକ,ପ୍ରଦୀପ ସାସମଲ ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତତ୍ବାବଧାନରେ ଛାତ୍ର ଛାତ୍ରୀମାନେ ଏହି ରାଲିରେ ଅଂଶ ଗ୍ରହଣ କରି ସ୍ଳୋଗାନ ଓ ପ୍ଳାକାର୍ଡ ପ୍ରଦର୍ଶନ କରି ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ