ଡୁମାକୁମ୍ପା କ୍ଳଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ଅନୁଷ୍ଠିତ
ଭଞ୍ଜନଗର ବ୍ଳକ ଡୁମାକୁମ୍ପା କ୍ଳଷ୍ଟରରେ ଏଫ୍.ଏଲ୍.ଏନ୍ କାର୍ଯ୍ୟକ୍ରମ ଅଧିନରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦ୍ବାରା ପ୍ରସ୍ତୁତ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ସାର୍ଦ୍ଦୁଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମରେ ସାର୍ଦ୍ଦୁଳ, ଡୁମାକୁମ୍ପା, ଆଖୁପଦର, ତିଲିକି, ଗୁଡିପଦର, ହାତୀଗୁଡା, ଗୁରାବାଡି, ରିପିଟିପଲ୍ଲୀ, ଇନ୍ଦାଗଡ , ଖମାରେଡି ଆଦି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ଅଂଶଗ୍ରହଣ କରିଥିଲେ I ଏହି କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ରୂପେ ସାର୍ଦ୍ଦୁଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଦିଲ୍ଲିପ କୁମାର ଦାସ, ଏସ୍.ଏମ୍.ସି ସଭାପତି ସନ୍ୟାସୀ ଗୌଡ,ସାର୍ଦ୍ଦୁଳ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଭାସ୍କର ପାଣି ,ସାର୍ଦ୍ଦୁଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବର୍ତ୍ତମାନର ପ୍ରଧାନ ଶିକ୍ଷକ ସୁଦାମ ଦଳବରା ପ୍ରମୁଖ ଉଦଘାଟନ କରି ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପ୍ରତି ବକ୍ତବ୍ୟ ରଖିଥିଲେ I ଏହି ପ୍ରଦର୍ଶନୀରେ ବିଚାରକ ରୂପେ ଯୋଗ ଦେଇଥିଲେ ବରିଷ୍ଠ ସମ୍ବଳ ଶିକ୍ଷକ ନେତାଜୀ ବିଷୋୟୀ, ଅଜିତ କୁମାର ଗୌଡ ଏବଂ ସୁରେନ୍ଦ୍ରନାଥ ଗୌଡ I ଆସନ୍ତା ୧୮ ଅପ୍ରେଲ ରେ ହେବାକୁ ଥିବା ବ୍ଳକ ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ନିମିତ୍ତ ସାତ ଗୋଟି ଟି.ଏଲ୍.ଏମ୍ ବିଚାରକ ମାନଙ୍କ ଦ୍ବାରା ମନୋନୀତ ହୋଇଥିଲା I କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ସି.ଆର୍.ସି.ସି ତ୍ରିନାଥ ବେହେରା I ଶେଷରେ ବରିଷ୍ଠ ଶିକ୍ଷକ ଭଞ୍ଜ କିଶୋର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ା କାର୍ଯ୍ୟକ୍ରମରେ ସାର୍ଦ୍ଦୁଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ତ ଷ୍ଟାଫ ସହଯୋଗ କରିଥିଲେ I


