ଡୁମାକୁମ୍ପା କ୍ଳଷ୍ଟର ସ୍ତରୀୟ ସୁରଭି ଓ ଓଡିଶା ମିଲେଟସ୍ ୨୦୨୩ ଅନୁଷ୍ଠିତ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ବ୍ଳକ୍ ଡୁମାକୁମ୍ପା କ୍ଳଷ୍ଟର ଅନ୍ତର୍ଗତ ସାର୍ଦ୍ଦୁଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଏବଂ ଓଡିଶା ମିଲେଟସ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ବିଭିନ୍ନ ବିଦ୍ୟାଳୟରୁ ଛାତ୍ରଛାତ୍ରୀମାନେ ପ୍ରବନ୍ଧ ଲିଖନ, ବକ୍ତୃତା,ବିତର୍କ, କଣ୍ଠ ସଂଗୀତ,ଦଳଗତ ନୃତ୍ୟ,କୁଇଜ୍,ଚିତ୍ରାଙ୍କନ,ସୃଜନଶୀଳ ଲିଖନ,ସୁନ୍ଦର ହସ୍ତାକ୍ଷର ତଥା ଶ୍ରୁତ ଲିଖନ ଓ ମଧ୍ୟାହ୍ନ ଭୋଜନ ସମ୍ବନ୍ଧୀୟ ଚିତ୍ରକଳା ତଥା ଶିଳ୍ପ କଳା ଆଦି ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ ଏଥିରେ ଗାଇଡ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ରୂପେ ସାର୍ଦ୍ଦୁଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁଦାମ ଦଳବରା ଙ୍କ ସମେତ ରାଧାକୃଷ୍ଣ ସ୍ବାମୀ ଉଚ୍ଚ ବିଦ୍ୟାଳୟ ସାର୍ଦ୍ଦୁଳର ବରିଷ୍ଠ ଶିକ୍ଷକ ମନମୋହନ ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ରୂପେ ପ୍ରଧାନ ଶିକ୍ଷକ ସୁଶାନ୍ତ ନାୟକ,ଶ୍ୟାମ ସୁନ୍ଦର ରାଓ,ଉପେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇ କୃତୀ ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ ସହ ସମ୍ବର୍ଦ୍ଧିତ କରିଥିଲେ ସି.ଆର୍.ସି.ସି ତ୍ରିନାଥ ବେହେରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଶିକ୍ଷକ ପ୍ରଦୀପ ସାସମଲ, ପ୍ରଦୀପ ଗୌଡ ମଞ୍ଚ ସଂଯୋଜନା କରିଥିଲେ ଶିକ୍ଷକ ଦାଶରଥୀ ବିଷୋୟୀ,ସୁରେନ୍ଦ୍ର ଗୌଡ,ଭଞ୍ଜ କିଶୋର ପ୍ରଧାନ,ସଚିତ୍ର ନାୟକ,ଗଣେଶ ନାୟକ,ପ୍ରସନ୍ନ କୁମାର ଷଡଙ୍ଗୀ,ଅଭିଷେକ ନାୟକ, ହରେକୃଷ୍ଣ ଦାସ, ମୋହନଲାଲ ପ୍ରଧାନ,ଶିକ୍ଷୟିତ୍ରୀ ମାଳତୀ ପଟ୍ଟନାୟକ,ସାଗରିକା ସାହୁ,ଲିଜାଲିନ୍ ଗୌଡ,ସସ୍ମିତା ପୃଷ୍ଟି,ରିଙ୍କୁ ପ୍ରଧାନ,ଶୁଭ୍ରମୟୀ ତ୍ରିପାଠୀ,ସୁଚିସ୍ମିତା ପାତ୍ର,ସୁରଭି କୁସୁମ ଲତା,ସିଲା ଚାର୍ଲସ୍ ପ୍ରମୁଖ ସହଯୋଗ କରିଥିଲେ ସାଂସ୍କୃତିକ ନୃତ୍ୟରେ ଗୁରାବାଡି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଥମ,ସାର୍ଦ୍ଦୁଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦ୍ବିତୀୟ ଓ ଖମାରେଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ପ୍ରଥମ ସ୍ଥାନ ଅକ୍ତିଆର କରିଥିବା ସମସ୍ତ ପ୍ରତିଯୋଗୀ ଆସନ୍ତା ଅକ୍ଟୋବର ଅଠର ତାରିଖରେ ହେବାକୁ ଥିବା ବ୍ଳକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ ବୋଲି ସି.ଆର୍.ସି.ସି ତ୍ରିନାଥ ବେହେରା ଧନ୍ୟବାଦ ଦେବା ସହ ସୂଚନା ପ୍ରଦାନ କରିଥିଲେ ପ୍ରକାଶ ଥାଉକି ପ୍ରତି ବର୍ଷ ଛାତ୍ର ଛାତ୍ରୀମାନଙ୍କ ଲୁକ୍କାୟିତ ପ୍ରତିଭାର ପ୍ରଦର୍ଶନ ନିିମିତ୍ତ ଏହି ଶିଶୁ ମହୋତ୍ସବ ସୁରଭି ପାଳନ ହୋଇଥାଏ ଚଳିତ ବର୍ଷ ପ୍ରଥମ ଥର ପାଇଁ ଏହା ସହ ଓଡିଶା ମିଲେଟସ୍ କାର୍ଯ୍ୟକ୍ରମକୁ ସଂଯୋଗ କରାଯାଇ ପ୍ରବନ୍ଧ ଲିଖନ, କୁଇଜ୍, ବକ୍ତୃତା ଆଦି ମାଧ୍ୟମରେ ଛାତ୍ର ଛାତ୍ରୀମାନଙ୍କୁ ମିଲେଟସ୍ ବା ବିଭିନ୍ନ ପ୍ରକାର ପୁଷ୍ଟି ଶସ୍ୟ ସମ୍ବନ୍ଧରେ ସଚେତନ କରାଯିବା ପାଇଁ ସରକାରୀ ନିର୍ଦ୍ଦେଶ ରହିଛି ଏଣୁ ସେ ସଂକ୍ରାନ୍ତୀୟ କାର୍ଯ୍ୟକ୍ରମ ମାନ ମଧ୍ୟ ଅନୁଷ୍ଠିତ ହୋଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ