ଡୁମାକୁମ୍ପା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ମେଳା
ଭଞ୍ଜନଗର ବ୍ଳକ ଅନ୍ତର୍ଗତ ଡୁମାକୁମା କ୍ଳଷ୍ଟର ଅଧୀନସ୍ଥ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଡୁମାକୁମ୍ପା ପରିସରରେ ସରକାରୀ ନୀତି ନିୟମ ପ୍ରକାରେ ମାଗଣା ପୋଷାକ ଓ ଜୋତା,ମୋଜା ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସଭାରେ ପ୍ରଧାନ ଶିକ୍ଷକ ଶ୍ରୀ ଟିକିରାମ ସାହୁ ସଭାପତିତ୍ୱ କରିଥିବାବେଳେ ସମ୍ମାନୀତ ଅତିଥିରୂପେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଧରମୁ ପାତ୍ର, ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଶିବ ଶଙ୍କର ପ୍ରଧାନ,ସି. ଆର୍.ସି.ସି ତ୍ରିନାଥ ବେହେରା ,ଯୁବ ସଂଗଠକ ଲିଟୁ ପ୍ରଧାନ ପ୍ରମୁଖ ମଞ୍ଚାସୀନ ବ୍ୟକ୍ତି ସମଗ୍ର ଶିକ୍ଷା ଅଭିଯାନ ର ଭୂୟସୀ ପ୍ରଶଂସା କରିବା ସହ ଏହି ପରି କାର୍ୟ୍ୟକ୍ରମ ଶିଶୁଙ୍କୁ ବିଦ୍ୟାଳୟପ୍ରତି ଆକୃଷ୍ଟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ବୋଲି ମତାମତ ପ୍ରକାଶ କରିଥିଲେ । ସଭାକାର୍ୟ୍ୟକୁ ସଂଯୋଜନା କରିଥିଲେ ବରିଷ୍ଠ ଶିକ୍ଷକ ତଥା ପୂର୍ବତନ ସୀ.ଆର୍.ସି.ସି ପ୍ରଦିପ କୁମାର ଶାସମଲ , ଶିକ୍ଷୟିତ୍ରି ରଶ୍ମୀପ୍ରଭା ସ୍ବାର, ମାଳତୀ ପଟ୍ଟନାୟକ,ଲିଜାରାଣୀ ଗୌଡ,ସୁଚିସ୍ମିତା ପାତ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିବା ବେଳେ ,ଶିକ୍ଷକ ଶ୍ରୀ ମହେଶ୍ୱର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।


