ଡୁମାକୁମ୍ପା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ବ୍ଳକ ଡୁମାକୁମ୍ପା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ଆୟୋଜିତ ସଭାରେ ସଭାପତିତ୍ବ କରିଥିଲେ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ପୂର୍ବତନ ଏବିଇଓ ଜଗବନ୍ଧୁ ଜେନା, ବିଶିଷ୍ଟ ଅତିଥି ରୂପେ ପୂର୍ବତନ ପ୍ରଧାନ ଶିକ୍ଷକ ଟିକିରାମ ସାହୁ, ସମ୍ମାନିତ ଅତିଥି ରୂପେ ସି.ଆର୍.ସି.ସି ତ୍ରିନାଥ ବେହେରା, ସରପଞ୍ଚ ପ୍ରତିନିଧି ପ୍ରତାପ ନାୟକ, ସମିତି ସଭ୍ୟ ପ୍ରତିନିଧି ନାରାୟଣ ବେହେରା ,ଏସ୍.ଏମ୍.ସି ଅଧ୍ୟକ୍ଷ ଯୋଗେନ୍ଦ୍ର ଗୌଡ ପ୍ରମୁଖ ମଞ୍ଚାସୀନ ରହି ଛାତ୍ର ଛାତ୍ରୀ ,ଅଭିଭାବକ ତଥା ଗ୍ରାମବାସୀଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ପ୍ରଦାନ କରିଥିଲେ ଶିକ୍ଷୟିତ୍ରୀ ସୁଚିସ୍ମିତା ପାତ୍ର ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିିଥିବା ବେଳେ ଶିକ୍ଷକ ପ୍ରଦୀପ କୁମାର ସାସମଲ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାର କୃତୀ ଛାତ୍ର ଛାତ୍ରୀମାନଙ୍କୁ ପ୍ରଶଂସା ପତ୍ର ଓ ମେଡାଲ ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା ଶେଷରେ ଛାତ୍ର ଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା କାର୍ଯ୍ୟକ୍ରମରେ ବିଦ୍ୟାଳୟର ପୂର୍ବତନ ଶିକ୍ଷୟିତ୍ରୀ ରଶ୍ମିପ୍ରଭା ସ୍ବାର, ସାର୍ଦ୍ଦୁଳ ରାଧାକୃଷ୍ଣ ସ୍ବାମୀ ଉଚ୍ଚ ବିଦ୍ୟାଳୟର ଦୁଇ ବରିଷ୍ଠ ଶିକ୍ଷକ ମନମୋହନ ପାଣିଗ୍ରାହୀ,ପ୍ରଦୀପ କୁମାର ଗୌଡ ଙ୍କ ସମେତ ଗୁରାବାଡି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଆରତୀ ଦେବୀଙ୍କ ସମେତ ବରିଷ୍ଠ ଶିକ୍ଷକ ରମେଶ ଚନ୍ଦ୍ର ବେହେରା, ଏ.ଏନ୍.ଏମ୍ ଦିପ୍ତିରେଖା ପାତ୍ର, ସ୍ଥାନୀୟ ଅଙ୍ଗନୱାଡି କର୍ମୀ, ସହାୟିକା,ଆଶା କର୍ମୀ ପ୍ରମୁଖ ନିମନ୍ତ୍ରିତ ଅତିଥିରୂପେ ଯୋଗ ଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବରିଷ୍ଠ ଶିକ୍ଷକ ମହେଶ୍ବର ବିଶ୍ବାଳ,ଶିକ୍ଷୟିତ୍ରୀ ମାଳତୀ ପଟ୍ଟନାୟକ ଶେଷରେ ବରିଷ୍ଠ ଶିକ୍ଷକ ଅଜିତ କୁମାର ଗୌଡ ଧନ୍ୟବାଦ ଅର୍ପଣ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ