ଡୁମାକୁମ୍ପା ସେକ୍ଟରସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ବ୍ଳକ ଡୁମାକୁମ୍ପା ସେକ୍ଟର ସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ଟୋକାଗଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ଏଥିରେ ମୁଖ୍ୟ ଅତିଥି ରୂପେ ସି.ଡି.ପି.ଓ ବିଷ୍ଣୁପ୍ରିୟା ସେଠୀ ,ସମ୍ମାନିତ ଅତିଥି ରୂପେ ବଡକୋଦଣ୍ଡା ସି.ଆର୍.ସି.ସି ମୋହନ ସାହୁ, ସରପଞ୍ଚ ରେଶ୍ମା କୁମାରୀ ନାୟକ, ପ୍ରଧାନ ଶିକ୍ଷକ ପ୍ରଦୀପ କୁମାରପାତ୍ର, ବଡକୋଦଣ୍ଡା ସୁପରଭାଇଜର, ଏ.ଏନ୍.ଏମ୍ ସବିତା ନିମଲ,ସୁପରଭାଇଜର ମଳୟ ମଞ୍ଜରୀ ମୁନୀ ପ୍ରମୁଖ ଯୋଗ ଦେଇଥିବା ବେଳେ ଏହି ସେକ୍ଟର ଅଧିନସ୍ଥ ବଡକେଦଣ୍ଡା ଓ ଡୁମାକୁମ୍ପା ଦୁଇଟି ପଞ୍ଚାୟତର ସମସ୍ତ ଅଙ୍ଗନୱାଡି କର୍ମୀ ଓ ସହାୟିକା ବୃନ୍ଦ ଯୋଗ ଦେଇ ବାଲ୍ୟ ବିବାହ ରୋକିବା, ନାରୀ ସଶକ୍ତୀକରଣ, ନାରୀ ନିର୍ଯ୍ୟାତନା ରୋକିବା, କନ୍ୟା ଭୃଣ ହତ୍ୟା ରୋକିବା, ନିର୍ଭୟା କଢ଼ି , କିଶୋରୀ ବାଳିକା ତଥା ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ଏହି ଅବସରରେ ସେକ୍ଟରର ବିଭିନ୍ନ ବିଦ୍ୟାଳୟରୁ ଛାତ୍ର ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିବା ସହ ଅଙ୍ଗନୱାଡି କର୍ମୀମାନେ ବାଲ୍ୟ ବିବାହ କୁ ରୋକିବା ସମ୍ବନ୍ଧୀୟ ଏକ କ୍ଷୁଦ୍ର ନାଟକ ମଞ୍ଚସ୍ଥ କରାଇଥିଲେ କାର୍ଯ୍ୟକ୍ରମରେ ଟୋକାଗଣ୍ଡା ଉଚ୍ଚ ବିଦ୍ୟାଳୟର ସମସ୍ତ ଷ୍ଟାଫଙ୍କ ସମେତ ଗ୍ରାମବାସୀ ମାନେ ସହଯୋଗ କରିଥିଲେ ଏହି ଅବସରରେ ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ଅଙ୍ଗନୱାଡି କର୍ମୀ କ୍ଷୀରବ୍ଧୀ ତନୟା ଗୌଡ, ରଂଜିତା ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସୁପରଭାଇଜର ମଳୟ ମଞ୍ଜରୀ ମୁନୀ ଧନ୍ୟବାଦ ଅର୍ପଣ କରିଥିଲେ