ଉଠାଦୋକାନୀ ଜବରଦଖଲ ଉଚ୍ଛେଦ ପରେ ଉତ୍ତେଜନା
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :ମାନ୍ୟବର ହାଇକୋର୍ଟ ଙ୍କ ନିର୍ଦ୍ଦେଶ ପ୍ରକାରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ତହସିଲ ସିଙ୍ଗିପୁର ପଞ୍ଚାୟତ ର ଡେଙ୍ଗାଓସ୍ତା ବଜାର ରାସ୍ତା ପାର୍ଶ୍ବରେ ଗଢ଼ିଉଠିଥିବା ଉଠାଦୋକାନୀ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଶନିବାର ଦିନ ପ୍ରଶାସନର ଉପସ୍ଥିତିରେ ହୋଇଥିବା ଦେଖିବାକୁ ମିଳିଛି । ଦିଗପହଣ୍ଡି – ପୋଡାମାରୀ ୩୨୬ ନଂ ଜାତୀୟ ରାଜପଥ ଡେଙ୍ଗାଓସ୍ତା ବଜାରରେ ଦୀର୍ଘ ୪୦ ବର୍ଷ ଧରି ପରିବା ଉଠା ଦୋକାନୀ ମାଲିକ ମାନେ ନିଜର ଜୀବିକା ନିର୍ବାହ କରିଆସୁଥିଲେ। ଡେଙ୍ଗାଓସ୍ତା ବଜାର ବର୍ତ୍ତମାନ ବାଣିଜ୍ୟ ବ୍ୟବସାୟର ଏକ ପ୍ରମୁଖ ପେଣ୍ଠସ୍ଥଳୀ ଭାବେ ପରିଚିତ । ଏହି ବଜାର ଉପରେ ଆଖପାଖ ଅଞ୍ଚଳର ହଜାର ହଜାର ଲୋକ ବ୍ୟବସାୟ କାରବାର କରିବାକୁ ଆସୁଥିବା ବେଳେ ଏଭଳି ପରିସ୍ଥିତିରେ ରାସ୍ତା ଉପରେ ଜନଗହଳି ପରିଲକ୍ଷିତ ହେବା ସହ ପ୍ରତ୍ୟେକ ଦିନ ଶହଶହ ମଟର ଯାନ ଯାତାୟାତ କରିଥାନ୍ତି । ଯାହାଫଳରେ ଏହି ପାରିବା ଦୋକାନୀ ମାନେ ରାସ୍ତା ଉପରେ ବ୍ୟବସାୟ ଦ୍ବାରା ରାସ୍ତା ଅତି ସଂକୀର୍ଣ୍ଣ ହେବା ସହ ଟ୍ରାଫିକ ସମସ୍ୟା ଦେଖାଦେବା ଭଳି ପରିସ୍ଥିତି ସୃଷ୍ଟି ହେଉଛି । ଏନେଇ ହାଇକୋର୍ଟରେ ମାମାଲାରୁଜୁ ହୋଇଥିଲl । ଅନ୍ୟ ପକ୍ଷରେ ଉଠାଦୋକାନୀ ନିଜର ଜୀବିକା ନିର୍ବାହ ପାଇଁ ମାନ୍ୟବର କୋର୍ଟରେ ଦୋକାନ ନାଉଠାଇବା ପାଇଁ ଆବେଦନ କରିଥିଲେ। ମାନ୍ୟବର କୋର୍ଟ ଆବେଦନ ଖାରଜ କରି ରୋଡ ସଂକୀର୍ଣ୍ଣ ଯାତାୟାତରେ ସମସ୍ୟା ଯୋଗୁଁ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଦୁଇଥର ଉଚ୍ଛେଦ ପାଇଁ ପ୍ରଶାସନ ଯାଇଥିଲେ ମଧ୍ୟ ପାରିବା ଉଠା ଦୋକାନୀ ମାନେ ଉଥିନଥିଲେ। ଆଜି ସ୍ଥାନୀୟ ପୋଲିସ ପ୍ରଶାସନ ଓ ତହସିଲ ଅଧିକାରୀଙ୍କ ଉପସ୍ଥିତି ହାଇକୋର୍ଟର ନିର୍ଦ୍ଦେଶ କ୍ରମେ ସାନଖେମୁଣ୍ଡି ତହସିଲଦାର ଶ୍ରୀନିବାସ ବେହେରା , ଦିଗପହଣ୍ଡି ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ବେହେରା , ଆସିକା ଏସଡିପିଓ ଉମାଶଙ୍କର ସିଂ , ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ , ସୋରଡ଼ା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ , ଶେରଗଡ଼ ଥାନା ଅଧିକାରୀ ମନୋଜ କୁମାର ପ୍ରଧାନ , ଧରାକୋଟ ଥାନା ଅଧିକାରୀ ଉମାକାନ୍ତ ସାହୁ ସମେତ ପୋଲିସ ଦୁଇ ପ୍ଲାଟୁନ ମୁତୟନ ରହି ବ୍ୟବସାୟୀ ଓ ସ୍ଥାନୀୟ ଜନସାଧାରଣଙ୍କ ସହ ଆପୋଷ ସମାଧାନ ପରେ ଜେ ସି ବି ମେସିନ ସାହାଯ୍ୟରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଅନ୍ୟପକ୍ଷରେ ପ୍ରଶାସନ ଉଠାଦୋକାନୀ ମାଲିକଙ୍କୁ ସେମାନଙ୍କ ବ୍ୟବସାୟ ଚଳେଇବା ପାଇଁ ଅନ୍ୟତ୍ର ଥଇଥାନ ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ତେବେ ଉଚ୍ଛେଦ ପ୍ରକ୍ରିୟା ଚାଲୁ ରହିଥିବା ସମୟରେ ପଞ୍ଚାୟତ ଅଧିନସ୍ଥ ରତ୍ନମଣିପୁର ମନ୍ଦିର ଜମିରେ ଥିବା ପୋଖରୀ ପୋତାଯାଇ ସେଠାରେ ରାମମନ୍ଦିର ସ୍ଥାପନା ଯୋଜନାକୁ ବିରୋଧ କରି ସେହି ସ୍ଥାନରେ ପରିବାଦୋକାନ କରିବା ପାଇଁ ଉଚ୍ଛେଦଦୋକାନୀ ମାନେ ସେହି ସ୍ଥାନ କୁ ଅକ୍ତିଆର କରିବା ବେଳେ ରତ୍ନ ମଣିପୁର ସାହିବାସିନ୍ଦା ଏବଂ ପରିବା ଦୋକାନୀଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ପୋଲିସ ହସ୍ତକ୍ଷେପ ପରେ ଉତ୍ତେଜନା ଥମିଥିଲା । ଏନେଇ ସୀଙ୍ଗୀପୂର୍ ସରପଞ୍ଚ ପ୍ରତିନିଧି କହିଛନ୍ତି ମାନ୍ୟବର ହାଇକୋର୍ଟ ଙ୍କ ନିର୍ଦ୍ଦେଶ କୁ ସମ୍ମାନ ଜଣାଇ ଉଚ୍ଛେଦ ପ୍ରକ୍ରିୟାକୁ ସହଯୋଗ କରିଛୁ କିନ୍ତୁ ସିଙ୍ଗିପୂର ପଞ୍ଚାୟତ ର ଜାଗା ଜମି ପୋଖୋରୀ ମନ୍ଦିର ନାମରେ କରାଇବା ଦୁର୍ଭାଗ୍ୟ ଜନକ ବୋଲି ମତପ୍ରକାଶ କରିଛନ୍ତି ।


