ଡେଙ୍ଗାପଦରରେ ନୂତନ ସଂକୀର୍ତ୍ତନ ମଣ୍ଡଳୀ ଉଦ୍ଘାଟନ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ବ୍ଳକ୍ ଗାମୁଣ୍ଡି ନିକଟସ୍ଥ ଡେଙ୍ଗାପଦର ଗ୍ରାମରେ ଏକ ନୂତନ ସଂକୀର୍ତ୍ତନ ମଣ୍ଡଳୀ ଉଦ୍ଘାଟିତ ହୋଇଯାଇଛି I ସଙ୍କୀର୍ତ୍ତନ ଗୁରୁ ରଞ୍ଚ ସ୍ଵାଇଁଙ୍କ ନିର୍ଦ୍ଦେଶନାରେ ସଂଗଠିତ ଏହି ସଂକୀର୍ତ୍ତନ ମଣ୍ଡଳୀକୁ ଗୌରହରି ପଣ୍ଡା ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ I କାର୍ଯ୍ୟକ୍ରମରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଆଦିକନ୍ଦ ଗୌଡ, ସଂସ୍କୃତି ରତ୍ନ ନାରାୟଣ ମହାରଣା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବାହାଡ଼ା ପଦର ଚକରା ବିଷୋୟୀ ସାଂସ୍କୃତିକ ଏକାଡ଼େମୀ ସମ୍ପାଦକ ନେତାଜୀ ବିଷୋୟୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଶ୍ରୀ ଚୈତନ୍ୟଙ୍କ ବୈଷ୍ଣବ ଧର୍ମ ଏବଂ ଇସ୍କନ୍ ସୋସାଇଟି ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ I କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ରବୀନ୍ଦ୍ର ଦାଶ,ଅଶୋକ ମହାପାତ୍ର, ଶୂଳପାଣି ଶତପଥୀ,ଏପିଡି ରାଓ, ଗୌରୀ ଶଙ୍କର ଶତପଥୀ,ଗଞ୍ଜାମ ଜିଲ୍ଳା ନାମ ସଂକୀର୍ତ୍ତନ ମହାସଂଘ ସମ୍ପାଦକ ନାରାୟଣ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ I ଏହି ଅବସରରେ ସଂକୀର୍ତ୍ତନ ମଣ୍ଡଳୀ ନିର୍ଦ୍ଦେଶକ ଗୁରୁ ରଞ୍ଚ ସ୍ୱାଇଁ, ବାଦ୍ୟ ଗୁରୁ ତ୍ରିନାଥ ସ୍ୱାଇଁ ଏବଂ ନାଟ୍ୟକାର ଚନ୍ଦ୍ରମଣି ନାଇକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I କର୍ଯ୍ୟକ୍ରମକୁ ଅଶୋକ କୁମାର ସ୍ଵାଇଁ ସଂଯୋଜନା କରିଥିବା ବେଳେ ସଂକୀର୍ତ୍ତନ ମଣ୍ଡଳୀ ସଭାପତି ଚରଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ