ଡେଙ୍ଗାପଦରରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :ବେଲଗୁଣ୍ଠା ବ୍ଳକ୍ ଗୋବରା ପଞ୍ଚାୟତର ଡେଙ୍ଗାପଦର ଗ୍ରାମରେ ଥିବା ଉତ୍କଳ କେଶରୀ ଯୁବ ପାଠାଗାର ପରିସରରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହୋଇଯାଇଛି I କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ସୁପ୍ରଭା ନାୟକ,ସମିତି ସଭ୍ୟ ବିଭୁପାଦ ଜେନା, ପୂର୍ବତନ ସରପଞ୍ଚ ଚନ୍ଦ୍ର ଶେଖର ନାୟକ,47 ନମ୍ବର୍ ଜୋନ୍ ଜିଲ୍ଳା ପରିଷଦ ସଭ୍ୟା ପୂର୍ଣ୍ଣବାସୀ ନାୟକ,ବିଜୁ ଯୁବ ବାହିନୀ ସଦସ୍ୟ ଉପେନ୍ଦ୍ର ନାୟକ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ I ଏହି ଶିବିରରେ ସମରଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟର କ୍ୟାମ୍ପ୍ ମ୍ୟାନେଜର ନଳିନୀକାନ୍ତ ରାଉତ, ଚିଫ୍ ଅପ୍ଟୋମେଟ୍ରିଷ୍ଟ୍ ରିଟୂ ଗୌଡ଼ ,ଚକ୍ଷୁ ଟେକ୍ନିସିଆନ ସାଗର ମହାନ୍ତି, ସୁଶାନ୍ତ ଡାକୁଆ, ଏନ୍. ମୁନା ଏବଂ ଇମିଲି ସାକିଲ ପ୍ରମୁଖ ଚକ୍ଷୁ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରିଥିଲେ I ଏହି ଶିବିରରେ ମୋଟ 64 ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ପାଞ୍ଚ ଜଣଙ୍କୁ ଚଷମା ପ୍ରଦାନ କରାଯିବା ସହିତ 30 ଜଣ ରୋଗୀଙ୍କୁ ପରଳ ଅସ୍ତ୍ରୋପଚାର ପାଇଁ ଶଙ୍କର ଚକ୍ଷୁ ଚିକିତ୍ସାଳୟକୁ ପଠାଯାଇଥିଲା I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ