ଡେଙ୍ଗୁ ଆତଙ୍କକୁ ନେଇ ଗ୍ରାମରେ ପହଞ୍ଚିଲା ସ୍ୱାସ୍ଥ୍ୟ ଟିମ: କୋଭିଡ ପରୀକ୍ଷା ପାଇଁ ଆସିଲେନି ଲୋକେ

ମୋହନା, (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଲକର ଆଲିଗଣ୍ଡା ପଞ୍ଚାୟତର ଆଲିଗଣ୍ଡା ଗ୍ରାମରେ ଦୁଇ ମାସ ମଧ୍ୟରେ ପ୍ରାୟ ୧୦ରୁ ଉର୍ଦ୍ଧ୍ୱ ଲୋକ ମୃତ୍ୟୁବରଣ କଲେଣି ।କାରଣ କଣ ଗ୍ରାମବାସୀ ଜାଣିପାରୁ ନାହାନ୍ତି। ସେଥି ମଧ୍ୟରୁ ଦୁଇ ଜଣ ବୟସ୍କ ବ୍ୟକ୍ତି ହୋଇ ଥିବା ବେଳେ ଅନ୍ୟ ଜଣେ ମଦ୍ୟପାନ ଜନିତ ମୃତ୍ୟୁ ଘଟିଥିବା ପରିବାର ଲୋକେ କହିଛନ୍ତି । କିନ୍ତୁ ଗ୍ରାମରେ ପ୍ରତେକ ଘରେ ଜ୍ଵର ଲାଗି ରହୁଛି । ଲୋକମାନେ ନିଜର ମେଲେରିଆ ପରୀକ୍ଷା ଓ ଅନ୍ୟାନ୍ୟ ରୋଗ ସମ୍ବନ୍ଧୀୟ ପରୀକ୍ଷା ମଧ୍ୟ କରିସାରିଲେଣି। କିନ୍ତୁ ରୋଗ କଣ ଜଣାପଡୁନି । ଗ୍ରାମର କିଛି ବ୍ୟକ୍ତି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଏ ସଂପର୍କରେ ଲିଖିତ ଅଭିଯୋଗ ଜଣାଇବା ପରେ ଗୁରୁବାର ଦିନ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରିଣୀ ଡ଼ା, ନମିତା ପଣ୍ଡା, ପ୍ରେଜେକ୍ଟ ମ୍ୟାନେଜର ବିଭୁ ପ୍ରସାଦ କର, ନାଗେଶ୍ଵର ରାଓ ,ସ୍ୱାସ୍ଥ୍ୟ କର୍ମୀ ମିଳିତ ଭାବେ କୋଭିଡ ପରୀକ୍ଷା ଗାଡି ନେଇ ଗ୍ରାମରେ ପହଞ୍ଚି ଘର ଘର ବୁଲି ଲୋକଙ୍କୁ ଡାକିଥିଲେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ । କିନ୍ତୁ ୨ ଜଣ କୋଭିଡ ପରୀକ୍ଷା ଓ ୫ ଜଣ ମେଲେରିଆ ପରୀକ୍ଷା କରାଇଥିଲେ। ସମସ୍ତଙ୍କର ନେଗେଟିଭ ଆସିଥିଲା। ପ୍ରତେକ ଘରକୁ ସ୍ୱାସ୍ଥ୍ୟ ଟିମ ଓଆରଏସ ପାଉଡର ,କିଛି ଔଷଧ ଦେଇ ଫେରିଥିଲେ। ଅପରପକ୍ଷେ ଲୋକେ ଦେହ ଖରାପ ହେଲେ ସରକାରୀ ମେଡ଼ିକାଲକୁ ନ ଆସି ନକଲି ଡାକ୍ତର ( କ୍ୱାର୍କ ) ମାନଙ୍କ ପାଖକୁ ଯାଇ ଦେହ ଦେଖାଇ ପ୍ରବଳଟଙ୍କା ଗଣୁଛନ୍ତି । ରୋଗ ଭଲ ନ ହେଲେ ଶେଷରେ ସରକାରୀ ମେଡ଼ିକାଲକୁ ଆସିବା ବେଳେ ରୋଗୀର ମୃତ୍ୟୁ ଘଟୁଛି। ତେଣୁ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ତୁରନ୍ତ ନକଲି କ୍ଲିନିକର ଡାକ୍ତରଙ୍କ ପ୍ରତି ଦୃଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ଓ ବୁଦ୍ଧୀଜିବୀ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ