ଡେଙ୍ଗୁ ନିୟନ୍ତ୍ରଣରେ ବିଏମସି ବିଫଳତା ପ୍ରତିବାଦରେ ବିଜେପିର ବିକ୍ଷୋଭ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ଭୁବନେଶ୍ୱରେ ଡେଙ୍ଗୁ ନିୟନ୍ତ୍ରଣ କରିବାରେ ବିଏମସି ବିଫଳ ବୋଲି ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂ ଅଭିଯୋଗ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଦିନ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ପକ୍ଷରୁ ଏକାମ୍ର ନିର୍ବାଚନ ମଣ୍ଡଳୀର ଘାଟିକିଆ ଅଂଚଳରେ ବିକ୍ଷୋଭ ପ୍ରଦର୍ଶନ ସହ ସଚେତନତା ଅଭିଯାନ ଓ ବିଭିନ୍ନ ସ୍ଥାନରେ ମଶା ତେଲ ଆଦି ଛିଂଚନ କରାଯାଇଥିଲା ।
ରାଜଧାନୀ ଭୁବନେଶ୍ୱରରେ ବହୁଳ ମାତ୍ରାରେ ଲୋକମାନେ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହେବା ସହ କିଛି ଲୋକ ମଧ୍ୟ ମୃତ୍ୟୁ ବରଣ କଲେଣି । ଏଥିପାଇଁ ଦାୟୀ କିଏ ।ରାଜଧାନୀ ବାସିନ୍ଦା ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି ।ପ୍ରତି ଦିନ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି ।କିନ୍ତୁ ଦୁର୍ଭାଗ୍ୟର କଥା ବିଏମ୍ସି ଏ ଦିଗରେ କୌଣସି ପଦକ୍ଷେପ ନନେଇ କେବଳ ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ପ୍ରସାର କରି ଚୁପ ବସିଛନ୍ତି ।ରାଜଧାନୀ ବାସୀଙ୍କୁ ସବୁ ପ୍ରକାର ସୁବିଧା ଦେବା ପାଇଁ ବିଏମସି ପ୍ରତିଶ୍ରୁତିବଦ୍ଧ ହେବା ଦରକାର ।କିନ୍ତୁ ବିଏମସି ନିଜ କର୍ତବ୍ୟ ସମ୍ପାଦନ କରିବାରେ ବିଫଳ ହୋଇଛି ।ଭୁବନେଶ୍ୱର ବାସୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା, ଡ୍ରେନେଜ ସଫା କରିବା, ରାସ୍ତା ଘାଟ ମରା ମତି କରିବା ଦିଗରେ ବିଏମସି ସମ୍ପୂର୍ଣ୍ଣ ଭାବେ ଚୁପ ରହିଛି ।ବିଭିନ୍ନ ପୁରୁଣା ଗାଡ଼ି ଗ୍ୟାରେଜ ରେ ଥିବା ଟାୟାର, ଫୁଲକୁଣ୍ଡ, ପଇଡ଼ ଖୋଲ ଭିତରେ ପାଣି ଜମି ରହୁଥିବାରୁ ସେ ସ୍ଥାନ ଗୁଡିକରେ ମଶା ଙ୍କର ବଂଶ ବୃଦ୍ଧି ହେଉଛି ଏବଂ ଡେଙ୍ଗୁ ରୋଗ ବ୍ୟାପୁଛି ।ସେହି ସ୍ଥାନ ଗୁଡିକୁ ବିଏମସି ଚିହ୍ନଟ କରି ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବା ଦରକାର ବୋଲି ବାବୁ ସିଂ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ