ଡେଙ୍ଗୁ ରୋଗର ପ୍ରତିକାର ଦାବି କରି ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ
ବାଲେଶ୍ୱର, (ସରୋଜ ପଣ୍ଡା):ଏସ.ୟୁ.ସି.ଆଇ (କମ୍ୟୁନିଷ୍ଟ ) ବାଲେଶ୍ୱର ଜିଲ୍ଲା କମିଟି ତରଫରୁ ଜିଲ୍ଲାର ବିଭିନ୍ନ ବ୍ଲକରେ ଦେଖା ଦେଇଥିବା ମାରାତ୍ମକ ଡେଙ୍ଗୁ ଜ୍ଵରର ପ୍ରତିକାର ପାଇଁ ଜିଲ୍ଲାପାଳଙ୍କୁ ସ୍ମାରକପାତ୍ର ପ୍ରଦାନ କରାଯାଇଛି।ଏହି ସ୍ମାରକପତ୍ର ରେ ଦାବିକରା ଯାଇଛି ଯେ, ସରକାରଙ୍କ ଅବହେଳା ପାଇଁ ସାରା ଜିଲ୍ଲାରେ ଡେଙ୍ଗୁ ଜରରେ ସହ ସହ ଲୋକ ଆକ୍ରାନ୍ତ ହୋଇ ଜୀବନ ହାରୁଥିବା ବେଳେ ବହୁ ଲୋକ ନାହିଁ ନ ଥିବା ଅବସ୍ଥାର ସମ୍ମୁଖୀନ ହେଉଛନ୍ତି। ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା ପି ଏଚ ସି ଓ ସି ଏଚ ସି ଗୁଡିକରେ ଡାକ୍ତର ନ ଥିବାରୁ ଲୋକମାନେ ଜ୍ଵରରେ ପଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସି ବେଡ଼ ନ ପାଇ ହନ୍ତସନ୍ତ ହେଉଛନ୍ତି ନଚେତ ଡାକ୍ତର ମାନେ ରୋଗୀକୁ କଟକ ରେଫର କରିଦେଉଛନ୍ତି। ଫଳରେ ରୋଗୀମାନେ ହଜାର ହଜାର ଟଙ୍କା ଖର୍ଚ୍ଚାନ୍ତ ହେଉଛନ୍ତି।ଏହି ସମସ୍ୟା ର ସମାଧାନ ପାଇଁ ଏସ ୟୁ ସି ଆଇ (କମ୍ୟୁନିଷ୍ଟ )ପାର୍ଟି ତରଫରୁ ଦାବି ପତ୍ରରେ କୁହାଯାଇଛି ଯେ ଅବିଳମ୍ବେ ରୋଗୀ ମାନଙ୍କୁ ବ୍ଲକ ସ୍ତରରେ ଚିକିତ୍ସା କରିବା, ରୋଗର ପ୍ରତିକାର କରିବା, ସମସ୍ତ ଡାକ୍ତର ଖାନରେ ଡାକ୍ତର ନିଯୁକ୍ତି କରିବା ଓ ରୋଗୀମାନଙ୍କୁ ଯାତାୟାତ ପାଇଁ ଆବଶ୍ୟକ ଆମ୍ବୁଲାନ୍ସ ଯୋଗାଇଦେବାକୁ କର୍ମକର୍ତା ମାନେ ଜିଲ୍ଲାପାଳଙ୍କ ନିକଟରେ ଯୁକ୍ତି କରିଛନ୍ତି। ଜିଲ୍ଲା ସମ୍ପାଦକ ନିରାକାର ପାଣ୍ଡବଙ୍କ ନେତୃତ୍ୱରେ ରବିନ୍ଦ୍ରନାଥ ବେହେରା, ଉମାକାନ୍ତ ଦାସ, ସରୋଜିନୀ ମହାନ୍ତି, କ୍ରିଷ୍ଣାରାଣୀ ସାହୁ, ପ୍ରଶାନ୍ତ ଦାସ, ହରେକୃଷ୍ଣ ଦାସ, ସୁଶାନ୍ତ ଜେନା, ସବିତା ସିଂ ଓ ସସ୍ମିତା ମହାନ୍ତି ଉପସ୍ଥିତ ରହି ସ୍ମାରକପତ୍ର ପ୍ରଦାନ କରିଥିଲେ। ପ୍ରଶାସନ ଡେଙ୍ଗୁ ର ପ୍ରତିକାର ନ କଲେ ଏହାକୁ ନେଇ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।