ଡେଟିଂ ପାଇଁ ଦିଆଯାଏ ତାଲିମ୍
ଡେଟିଂର ଅର୍ଥ ଯୁବପିଢ଼ି ବେଶ ଭଲ ଭାବେ ଜାଣନ୍ତି । ପ୍ରେମ କରିବା ପରେ ଜଣେ ଡେଟିଂ ପାଇଁ ଅପେକ୍ଷା କରିଥାଏ । ହେଲେ କେହି କେହି ଏଥିରେ ସଫଳ ହେଉଥିବା ବେଳେ କାହା ଭାଗ୍ୟରେ ଡେଟିଂ ଆଦୌ ଜୁଟି ନଥାଏ । ହେଲେ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ଚାଇନାରେ ଡେଟିଂ ନେଇ ଟ୍ରେନିଂ ଦିଆଯାଇଥାଏ । ଏଠି ଝିଅଙ୍କ ତୁଳନାରେ ପୁଅଙ୍କ ସଂଖ୍ୟା ଅଧିକ । ବେଳେବେଳେ ଅନେକ ଡେଟିଂରେ ମଉକା ପାଇନଥାନ୍ତି । ତେଣୁ ସେଠାରେ ଏବେ ଡେଟିଂ ସ୍କୁଲ ଓ ଡେଟିଂ ସେଣ୍ଟର ଖୋଲାଯାଇ ଟ୍ରେନିଂ ଦିଆଯାଉଛି । ‘ଲଭ ଏନର୍ଜି’ ନାମରେ ଖୋଲିଥିବା ଏହି ସ୍କୁଲରେ କେବଳ ଡେଟିଂ ବିଷୟରେ ଟ୍ରେନିଂ ଦିଆଯାଇଥାଏ । ପରଫେକ୍ଟ ଡ୍ୟାନ୍ସ ଭଳି ଡେଟିଂ ହେଉଛି ଏକ କଳା । ଏହାକୁ ଠିକ୍ ଭାବେ ଶିକ୍ଷା କରିବା ଆବଶ୍ୟକ । ଡେଟିଂ କୋଚିଂ ଉଭୟ ଅନ୍ଲାଇନ୍ ଓ ଅଫ୍ଲାଇନ୍ରେ ଉପଲବ୍ଧ ହେଉଛି । ଅନ୍ଲାଇନ୍ରେ ଏଥିପାଇଁ ମାସକୁ ୩୦ ଡଲାର ଦେବାକୁ ପଡୁଥିବା ବେଳେ ଅଫ୍ଲାଇନ୍ରେ ଏଥିପାଇଁ ମାସକୁ ୪ ହଜାର ୫ ଶହ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ । ଏହି ସ୍କୁଲରେ ୨୩ ରୁ ୩୩ ବର୍ଷର ଅଧିକାଂଶ ଯୁବକ ଯୁବତୀ ଶିକ୍ଷା ନେଉଥିବାବେଳେ ସବୁଠାରୁ କମ୍ ୧୯ ବର୍ଷର ଜଣେ ବାଳକ ଶିକ୍ଷା ଗ୍ରହଣ କରୁଥିବା ଜଣାପଡିଛି । ସେହିପରି ସବୁଠାରୁ ଅଧିକ ୫୯ ବର୍ଷୀୟ ଜଣେ ବ୍ୟକ୍ତି ଡେଟିଂରେ ପାରଙ୍ଗମ ହୋଇ ଅଧିକ ସଂଖ୍ୟକ ଯୁବତୀଙ୍କୁ ଡେଟ୍ କରିବାକୁ ଚାହୁଁଥିବାରୁ ଏହି ସ୍କୁଲରେ ଶିକ୍ଷା ଗ୍ରହଣ କରୁଛନ୍ତି ।