ଡେନିମ୍ ଏଣ୍ଡ୍ ବ୍ଲୁସ୍ ପକ୍ଷରୁ ସମ୍ବାଦପତ୍ର ପ୍ରଦର୍ଶନୀ ସହ ସାରସ୍ୱତ ସମ୍ମାନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଡେନିମ୍ ଏଣ୍ଡ୍ ବ୍ଲୁସ୍ ନୃତ୍ୟ ଏକାଡେମୀ ପକ୍ଷରୁ ସ୍ଥାନୀୟ ଉତ୍କଳ ସାମ୍ବାଦିକ ସଂଘ ପରିସରରେ ବିଶ୍ୱ ଗଣମାଧ୍ୟମ ଦିବସ ପରିପ୍ରେକ୍ଷୀରେ ଏକ ସମ୍ବାଦପତ୍ର ପ୍ରଦର୍ଶନୀ ସହ ସାରସ୍ୱତ ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ସତ୍ୟ ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କବି, ସାମ୍ବାଦିକ କେଦାର ମିଶ୍ର, ସମ୍ମାନିତ ଅତିଥି ଭାବେ ସାହିତ୍ୟିକ ନୀଳାଦ୍ରି ଭୂଷଣ ମହାପାତ୍ର, ସଂଳାପକାର ଡ. ରଜନୀ ରଞ୍ଜନ, ପ୍ରଣୟ ଜେଠୀ, ସାହିତ୍ୟିକା ମନୀଷା ରାୟ, ସାମ୍ବାଦିକା ରୋଜାଲିନ୍ ମହାନ୍ତି ଉପସ୍ଥିତ ରହିବା ସହିତ ସାମ୍ବାଦିକତାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରିବା ସହ ନୂତନ ପିଢ଼ି ସାମ୍ବାଦିକଙ୍କୁ ଏହିପରି କାର୍ଯ୍ୟକ୍ରମ ଉତ୍ସାହିତ କରିବା ସହ ପାଠକ ଓ ସମ୍ବାଦପତ୍ର ମଧ୍ୟରେ ନିବିଡ଼ ସମ୍ପର୍କ ଦୃଢ଼ୀଭୂତ ହୋଇପାରିବ ବୋଲି ମତ ବ୍ୟକ୍ତ କରିଥିଲେ । ଏହି ଅବସରରେ ସାରସ୍ୱତ ପ୍ରତିଭା ସାମ୍ବାଦିକ ପ୍ରତାପ ପ୍ରଧାନ, ସାହିତ୍ୟିକ ମନୀଷା ରାୟ, ଉତ୍କଳ ବୁଲେଟିନ୍ ସମ୍ପାଦକ ଅରବିନ୍ଦ ତ୍ରିପାଠୀ, କବି ଅକ୍ଷୟ ସ୍ୱାଇଁ, ସସ୍ମିତା ମଲ୍ଲ, ବାଳକୃଷ୍ଣ ରାଉତ, ବାପି ବାରିକ, ସନ୍ତୋଷ ସେନାପତି, ନୃତ୍ୟଶିଳ୍ପୀ ନିତୁ ପ୍ରିୟଦର୍ଶିନୀ, ମାନି ପଣ୍ଡା, ଶୁଚିସ୍ମିତା ନନ୍ଦ, ବସନ୍ତ ପରିଡ଼ାଙ୍କ ସହ ଓଡ଼ିଆ ଚଳଚ୍ଚିତ୍ରଟିକୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା । ଶେଷରେ ପ୍ର୍ରିୟାଂଶୁ ପ୍ରିୟଦେବ ଧନ୍ୟବାଦ ଅର୍ପଣ କରିଥିଲେ ।


