ଡେପୁଟେସନରୁ ଫେରିଲେ ଦାୟିତ୍ୱ ନେବେ ଅଭୟ

ଭୁବନେଶ୍ୱର: ଓଡ଼ିଶା ସରକାର ବୁଧବାର ବିଜୟ କୁମାର ଶର୍ମାଙ୍କୁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ପଦରୁ ହଟାଇଥିବା ବେଳେ ବିକେ ଶର୍ମାଙ୍କ ବଦଳରେ ସରକାର ଆଇପିଏସ୍ ଅଧିକାରୀ ଅଭୟଙ୍କୁ ଅବସ୍ଥାପିତ କରିଛନ୍ତି। ସେହିପରି ବିକେ ଶର୍ମାଙ୍କୁ ଗୃହ ବିଭାଗର ଓଏସଡି ଭାବେ ବଦଳି କରାଯାଇଥିବା ବେଳେ ସୁନୀଲ ରୟଙ୍କୁ ଗୃହ ଓ ହୋମଗାର୍ଡ଼ ବିଭାଗର ଡିଜି ଭାବେ ନିଯୁକ୍ତି ଦାଇତ୍ୱ ମିଳିଛି ।ସତ୍ୟଜିତ ମହାନ୍ତିଙ୍କୁ ମଧ୍ୟବିତକାଳୀନ ଡିଜି ଭାବେ ଦାଇତ୍ୱ ଗ୍ରହଣ କରିଛନ୍ତି । ଗୁଇନ୍ଦା ବିଭାଗର ଦାୟିତ୍ୱ ତୁଲାଇବେ। ଡେପୁଟେସନରୁ ଫେରିବା ପରେ ଅଭୟ ପୂର୍ଣ୍ଣକାଳୀନ ରୂପେ ଡିଜି ଦାୟିତ୍ୱ ନେବେ। ରାଜ୍ୟ ସରକାର ବରିଷ୍ଠ ପୁଲିସ ଅଧିକାରୀ ବି.କେ ଶର୍ମାଙ୍କ ବିରୋଧରେ ସେଫଟି ସାର୍ଟିଫିକେଟ ଦେବାରେ ଅନିୟମିତତା ଅଭିଯୋଗ ଆସିବା ପରେ ଡିଜିଙ୍କୁ ରାଜ୍ୟ ସରକାର ଟାର୍ଗେଟ କରିଛନ୍ତି। ଦୀର୍ଘ ଦିନ ଯାଏଁ ଫାଇଲଗୁଡ଼ିକ ପଡ଼ି ରହିବା ପରେ ସନ୍ଦେହ ଦେଖାଦେଇଛି । ଏ ନେଇ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର ଓ ଗୃହ ବିଭାଗର ସଚିବଙ୍କୁ ନେଇ କମିଟି ଗଠନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ