ଡେରାବିଶ ବିକାଶ ପରିଷଦର ବୈଠକ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବିକାଶ ପରିଷଦର ଏକ ବୈଠକ ଡେରାବିଶ ପାର୍କ ହାଉସ ପରିସରରେ ପରିଷଦର ସ୍ଥାୟୀ ସଭାପତି ଦୁର୍ଯ୍ୟୋଧନ ସ୍ୱାଇଁଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସିଡିସି ସ୍ୱର୍ଗତ ବିପିନ ରାୱତଙ୍କ ସମେତ ହେଲିକେପ୍ଟର ଦୂର୍ଘଟଣାରେ ଦେହାନ୍ତ ହୋଇଥିବା ୧୪ଜଣ ସେନା ଅଧିକାରୀ ଓ କର୍ମଚାରୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପରିଷଦର ସମ୍ପାଦକଙ୍କ ବିୟୋଗ ଯୋଗୁଁ ପରିଷଦର ସଭ୍ୟ ଦିବାକର ନାୟକଙ୍କୁ ନୂତନ ସମ୍ପାଦକ ଭାବେ ସର୍ବସମ୍ମତିକ୍ରମେ ଚୟନ କରାଯାଇଥିଲା । ଡେରାବିଶର ବିକାଶ ପାଇଁ ନୂତନ ସମ୍ପାଦକ ଶ୍ରୀ ନାୟକ ସମସ୍ତ ସଭ୍ୟଙ୍କ ସହଯୋଗରେ ଉଦ୍ୟମ ଜାରି ରଖିବେ ବୋଲି ସଙ୍କଳ୍ପ ନେଇଥିଲେ । କେନ୍ଦ୍ରାପଡା ଜିଲ୍ଲାରେ ଏକ ଇସ୍ପାତ ଶିଳ୍ପ ସ୍ଥାପନା ପାଇଁ ନିଷ୍ପତ୍ତି ନିଆଯାଇଥିବାରୁ ସେଥିପାଇଁ ବୈଠକରେ ସରକାରଙ୍କୁ କୃତଜ୍ଞତା ଅର୍ପଣ କରାଯାଇଥିଲା । ଚଳିତବର୍ଷ ବନ୍ୟା, ବାତ୍ୟା ଯୋଗୁଁ କୃଷକଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିବାରୁ ସରକାର ସେମାନଙ୍କୁ ସହାୟତା ପ୍ରଦାନ କରିବାକୁ ନିବେଦନ କରାଯାଇଥିଲା । ଏହି ବୈଠକରେ ଅମ୍ବିକା ପ୍ରସାଦ ରଥ, କ୍ଷୀରୋଦ ଚନ୍ଦ୍ର ସାମଲ, ଗୋଲକ ଚନ୍ଦ୍ର ସାହୁ, ଗୈାରାଙ୍ଗ ଚରଣ ସାହୁ, ଅଭିମନ୍ୟୁ ସାହୁ, ପ୍ରସନ୍ନ କୁମାର ସିଂ, ବୈଷ୍ଣବ ଚରଣ ଜେନା, କୃଷ୍ଣ ଚନ୍ଦ୍ର ବଳ, ନିଳମଣୀ ବେହେରାଙ୍କ ସମେତ ପରିଷଦର ବହୁ ସଭ୍ୟ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।