ଡେରାବିଶ ବିକାଶ ପରିଷଦର ବୈଠକ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବିକାଶ ପରିଷଦର ଏକ ବୈଠକ ପରିଷଦ କାର୍ଯ୍ୟାଳୟ ଗୃହରେ ସଭାପତି ଦୁର୍ଯ୍ୟୋଧନ ସ୍ୱାଇଁଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଓଡିଶାର ଦୁଇ ବରପୁତ୍ର ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଫଟୋଚିତ୍ରରେ ପୁଷ୍ପର୍ଘ୍ୟ ଅର୍ପଣ କରାଯାଇଥିଲା । ଏଥିରେ ସମ୍ପାଦକ ଦିବାକର ନାୟକ, ଅମ୍ବିକା ପ୍ରସାଦ ରଥ, କ୍ଷୀରୋଦ ଚନ୍ଦ୍ର ସାମଲ, ଅଭିମନ୍ୟୁ ସାହୁ, ଗୋଲକ ଚନ୍ଦ୍ର ସାହୁ, ନୀଳମଣି ବେହେରା, ଗୁରୁଚରଣ ନାୟକ ପ୍ରମୁଖ ଯୋଗଦେଇ ଆମର ମହାପୁରୁଷ, ସ୍ୱାଧୀନତା ସଂଗ୍ରାମର ଉଜ୍ଜ୍ୱଳ ତାରକାଙ୍କ ବଳିଷ୍ଠ ନେତୃତ୍ୱ ଓ ବଳିଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ସେମାନଙ୍କ ନୀତି ଓ ଆଦର୍ଶ ଆଗାମୀ ସମୟରେ ସମସ୍ତଙ୍କୁ ଅନୁପ୍ରାଣୀତ କରିବ ବୋଲି ବକ୍ତବ୍ୟ ରଖିଥିଲେ । ବରିଷ୍ଠ ସଦସ୍ୟ ଗୈାରାଙ୍ଗ ଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।