ଡେରାବିଶ ବିକାଶ ପରିଷଦର ସମ୍ପାଦକଙ୍କ ବିୟୋଗରେ ଶୋକ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ) : କେନ୍ଦ୍ରାପଡା ଜିଲ୍ଲାର ଡେରାବିଶି ବିକାଶ ପରିଷଦର ସମ୍ପାଦକ ରାଜକିଶୋର ଜେନାଙ୍କ ବିୟୋଗରେ ବିକାଶ ପରିଷଦ କାର୍ଯ୍ୟାଳୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବିକାଶ ପରିଷଦର ସଭାପତି ଦୁର୍ଯ୍ୟୋଧନ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶୋକସଭାରେ କୋଷାଧ୍ୟକ୍ଷ ନୀଳମଣି ବେହେରା, ସଦସ୍ୟ କ୍ଷୀରୋଦ ଚନ୍ଦ୍ର ସାମଲ, ଅଭିମନ୍ୟୁ ସାହୁ, ଦିବାକର ନାୟକ, ଗୈାରାଙ୍ଗ ଚରଣ ସାହୁ, ଗୋଲକ ଚନ୍ଦ୍ର ସାହୁ, ଗୁରୁଚରଣ ନାୟକ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଜେନାଙ୍କ ବିୟୋଗରେ ଡେରାବିଶ ବିକାଶରେ ବାଧକ ସୃଷ୍ଟି ହେବା ସହିତ ଡେରାବିଶି ଅଞ୍ଚଳର ଅପୁରଣୀୟ କ୍ଷତି ହେଲା ବୋଲି ମତବ୍ୟକ୍ତ କରିଥିଲେ । ସ୍ୱର୍ଗତ ଜେନାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ଏଭଳି ଦୁଃସ୍ଥିତିରେ ଭଗବାନ ତାଙ୍କ ପରିବାରକୁ ସହାୟ ହେବେ ବୋଲି ଆଶାବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ