ଡେରିକି ପଂଚାୟତରେ ବିନା ସୂଚନା ଫଳକରେ ଚାଲିଛି ଲକ୍ଷାଧିକ ଟଙ୍କାର ଉନ୍ନୟନ ମୂଳକ କାର୍ଯ୍ୟ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଡେରିକି ପଂଚାୟତରେ ସରକାରଙ୍କ ପ୍ରଦତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟମାନ କରାଯାଉଛି । କିନ୍ତୁ ଉକ୍ତ ଉନ୍ନୟନ ମୂଳକ କାର୍ଯ୍ୟ କୌଣସି ସରକାରୀ ନିୟମାନୁସାରେ କରାଯାଉନାହିଁ । ନିୟମାନୁସାରେ ସରକାରଙ୍କର ଯେକୌଣସି କାର୍ଯ୍ୟ ଆରମ୍ଭ କରାଯିବ କାର୍ଯ୍ୟାରାମ୍ଭ ପୂର୍ବରୁ କାର୍ଯ୍ୟର ସବିଶେଷ ତଥ୍ୟ ପ୍ରଦାନ କରାଯାଇ ସୂଚନା ଫଳକ ଲଗାଯିବ । ଯାହାଫଳରେ ସର୍ବସାଧାରଣ କାର୍ଯ୍ୟ ବିଷୟରେ ସଂପୂର୍ଣ୍ଣ ତଥ୍ୟ ପାଇ ପାରିବେ । କିନ୍ତୁ ଏହି ପଂଚାୟତରେ କାର୍ଯ୍ୟାରାମ୍ଭ ସମୟରେ ଗୋଟିଏ ଅନୁଦାନର ଅର୍ଥ ଆସିଥିବା କହି କାର୍ଯ୍ୟ ଶେଷ ପରେ ଅନ୍ୟ ଏକ ଅନୁଦାନରେ ସୂଚନା ଫଳକ ଲଗାଇ ବିଲ ପ୍ରଦାନ କରାଯାଉଛି । ଯାହା ଉପରେ ଉକ୍ତ ପଂଚାୟତର ବିଶ୍ୱ ରଂଜନ ବିଶ୍ୱାଳ, ଅରୁଣ କୁମାର ଜେନା, ସିଦ୍ଧାର୍ଥ ସ୍ୱାଇଁ, ଯୋଗେଶ ଜେନା ଆଦି ବିଡିଓ ତପନ ମହାପାତ୍ରଙ୍କୁ ଅଭିଯୋଗ କରିଥିଲେ । ଉନ୍ନୟନମୂଳକ କାର୍ଯ୍ୟାରମ୍ଭ ପୂର୍ବରୁ ସୂଚନା ଫଳକ ନ ଲଗାଯିବା ହେତୁ ରାଜ୍ୟ ଅର୍ଥ ଆୟୋଗ ଓ କେନ୍ଦ୍ର ଅର୍ଥ ଆୟୋଗ ଅନୁଦାନ କାର୍ଯ୍ୟ ହେଉଥିବା ପ୍ରଚାର କରାଯାଇ ପରବର୍ତି ସମୟରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଫଳକ ଲଗାଯାଇ ବିଲ ପ୍ରଦାନ କରାଯାଉଛି । ସୂଚନା ଅନୁଯାୟୀ ଉକ୍ତ ପଂଚାୟତରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ପୋର୍ଟାଲ ତଥ୍ୟ ଅନୁସାରେ ୨୦୨୦-୨୧ ଆର୍ôଥକ ବର୍ଷରେ ୮୯୨ଟି ଶ୍ରମଦିବସ ସୃଷ୍ଟି ହୋଇଥିବା ବେଳେ ୧୮୪୦୧୭ ଟଙ୍କା ପ୍ରଦାନ କରାଯାଇଛି । ସେହିପରି ୨୦୨୧-୨୨ରେ ୨୩୯୨ ଶ୍ରମ ଦିବସ ବାବାଦକୁ ୫୧୪୨୮୦ ଟଙ୍କା, ୨୦୨୨-୨୩ ରେ ୭୬୪୫ ଶ୍ରମ ଦିବସରେ ୧୬୯୬୯୨୦ଟଙ୍କା, ୨୦୨୩ -୨୪ ରେ ୧୬୩୩ ଶ୍ରମ ଦିବସ ବାବଦକୁ ୩୮୪୬୫୧ ଟଙ୍କା, ୨୦୨୪-୨୫ ଆର୍ଥିକ ବର୍ଷରେ ୩୮୧ଶ୍ରମ ଦିବସ ବାବଦକୁ ୯୬୭୭୪ ଟଙ୍କା ପ୍ରଦାନ କରାଯାଇଛି । ଏହି ପଂଚାୟତରେ ଏମଜିଏନଆରଇଜିଏସ୍ ରେ ଡେରିକି ଆରଡି ରୋଡ ଠାରୁ ନୂଆ ପୋଖରୀ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ ମାଟି ପୋତେଇ, ଡେରିକି ନଛିପଡିଆରେ ମାଟି ପୋତେଇ,ହୁନାଲ ପୋଖରୀର ପୁନରୁଦ୍ଧାର ଓ ଗାଧୁଆ ତୁଠ ନିର୍ମାଣ, ଗଙ୍ଗଦା ବାବାଜୀ ଗୋସ୍ୱାମୀକୁ ମାଟି ରାସ୍ତା ଆଦି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି । ଏଠାରେ ପ୍ରଶ୍ନ ଉଠୁଛି ପୋଖରୀରୁ ପୁନରୁଦ୍ଧାର ହୋଇଥିବା ମାଟି କେଉଁ ସ୍ଥାନରେ ପକାଯାଇଛି ଏବଂ ରାସ୍ତାରେ ପଡିଥିବା ମାଟି କେଉଁ ଠାରୁ ଆସି ପୋତା ଯାଇଛି ତାହା ତଦନ୍ତ ସାପେକ୍ଷ । ଏହି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହେବା ପୂର୍ବ ଫଟୋ ଓ କାର୍ଯ୍ୟ ଚାଲିଥିବା ସମୟର ଜିପିଏସ ଫଟୋକୁ ତଦନ୍ତ କଲେ ସଠିକ ତଥ୍ୟ ପଦାକୁ ଆସିବବୋଲି ପଂଚାୟତବାସୀ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ