ଡେରିକି ପଂଚାୟତ ପାଣି ପମ୍ପ ଚାଳକଙ୍କର ହୃଦଘାତରେ ମୃତ୍ୟୁ

ନାଉଗାଁ,(ଯୁଗାଦ୍ଦ ନ୍ୟୁଜ):ନାଉଗାଁ ବ୍ଲକ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଡେରିକି ପଂଚାୟତ ଅଧିନ ପାଣି ପମ୍ପରେ ପମ୍ପ ଚାଳକ ଭାବେ କାର୍ଯ୍ୟରତ କୈଳାସ ଦାସଙ୍କର ହୃଦଘାତରେ ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା । ସେ ତାଙ୍କ ପରିବାରର ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ସ୍ୱଳ୍ପ ଦରମାରେ ବହୁ କଷ୍ଟରେ ପରିବାର ଚଳାଇ ଆସୁଥିଲେ । ତାଙ୍କ ପରିବାର କହିଲେ ଦୁଇ ଝିଅ ଓ ପତ୍ନୀ ଅଟନ୍ତି । ତାଙ୍କର ମୃତ୍ୟୁ ହେବା ପରେ ପରିବାର ଅତିଦୟନୀୟରେ ଚଳୁଛି । ତାଙ୍କ ପରିବାରରୁ ଜଣକୁ ଉକ୍ତ କାର୍ଯ୍ୟରେ ନିଯୁକ୍ତି ଦେବାକୁ ନାଉଗାଁ ସ୍ୱାବଲମ୍ବୀ କାରିଗର ସଂଘ ପକ୍ଷରୁ ଦାବୀ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ