ଡେରିକି ସରପଂଚଙ୍କ ଦାୟିତ୍ୱ ଗ୍ରହଣ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :ନାଉଗାଁ ବ୍ଲକ ଅନ୍ତର୍ଗତ ଡେରିକି ପଂଚାୟତ କାର୍ଯ୍ୟାଳୟରେ ବୁଧବାର ନବ ନିର୍ବାଚିତ ସରପଂଚ ପ୍ରଶାନ୍ତ କୁମାର ଜେନା ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପ୍ରଶାନ୍ତ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସୁରେଶ ପାତ୍ରଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ । ଦାୟିତ୍ୱ ଗ୍ରହଣ ବେଳେ ପଂଚାୟତର ଯୁବନେତା ଗାଲବ ଜେନା, ମିହିର ପାଳ, ପ୍ରବୀର ପ୍ରଧାନ, ଯଶୋବନ୍ତ ଲେଙ୍କା, ନାଏବ ସରପଂଚ ଲିଜାରାଣୀ ପ୍ରଧାନଙ୍କ ସମେତ ବହୁ ସମର୍ଥକ ଉପସ୍ଥିତ ଥିଲେ ।