ଡେରିରେ ମାତୃତ୍ୱ ଲାଭ ପିଲା ପାଇଁ ଶୁଭ

ମାତୃତ୍ୱ ହେଉଛି ନାରୀ ଜୀବନର ସାର୍ଥକତା । ହେଲେ ବିବାହ ପରେ ପିଲାଟିଏ ପାଇଁ କେହି କେହି ବିକଳ ହୋଇଥାନ୍ତି । ପୁଣି ଆଉ କେହି ବିଳମ୍ବରେ ପିଲା ଜନ୍ମ ପାଇଁ ଚାହିଁଥାନ୍ତି । ହେଲେ ଡେରିରେ ଗର୍ଭଧାରଣ କରୁଥିବା ଅର୍ଥାତ ମା ହେଉଥିବା ମହିଳାମାନେ ଅଧିକ ସ୍ନେହୀ । ପିଲାର ଲାଳନପାଳନଠାରୁ ସ୍ନେହ ଆଦର ପର୍ଯ୍ୟନ୍ତ ଏହି ମହିଳାମାନେ ଯଥେଷ୍ଟ ଯତ୍ନଶୀଳ । ଡେନମାର୍କର ଆରୁସ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ଗବେଷଣାରୁ ଏହି ତଥ୍ୟ ଜଣାପଡିଛି । ଡେରିରେ ଗର୍ଭଧାରଣ କରୁଥିବା ମହିଳାମାନଙ୍କ ଶରୀରର ପୂର୍ଣ୍ଣ ପରିପକ୍ୱତା ଆସିଥାଏ । ଏହି ସମୟରେ ପିଲା ସୁସ୍ଥ ସବଳ ହୋଇଥାଏ । ଯାହା କମ ବୟସରେ ମାତୃତ୍ୱ ଲାଭ କରୁଥିବା ମହିଳାମାନଙ୍କ କ୍ଷେତ୍ରରେ ଦେଖାଯାଇନଥାଏ । ଅଳ୍ପ ବୟସରେ ମାତୃତ୍ୱ ଲାଭ ପିଲା ପୁଷ୍ଟହୀନତାର ଶିକାର ହେବାର ଆଶଙ୍କା ଥାଏ । ଯଦି କେହି ମହିଳା ରକ୍ତହୀନତା ଭଳି ରୋଗରେ ପୀଡିତ ତାହା ହେଲେ ବେଶି ବିପଦ । ତେଣୁ ମା’ଟିଏ ସୁସ୍ଥ ହେଲେ ପିଲାର ଭଲ ଭାବେ ଯତ୍ନ ନେଇପାରିଥାଏ ବୋଲି ଗବେଷଣାରୁ ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ