ଡେଲାଙ୍ଗରେ ଶକ୍ତି ସଚିବ ହେମନ୍ତ ଶର୍ମା ତୁରନ୍ତ ବିଦ୍ୟୁତ ସଂଯୋଗ ପାଇଁ ନିର୍ଦ୍ଦେଶ
ଡେଲାଙ୍ଗ (ଜୁଗାବ୍ଦ ନ୍ୟୁଜ୍): ଶନିବାର ସନ୍ଧ୍ୟା ୬ଟାରେ ଶକ୍ତି ସଚିବ ହେମନ୍ତ ଶର୍ମା ଅଚାନକ ଡେଲାଙ୍ଗ ଅଞ୍ଚଳ ପରିଦର୍ଶନ କରି ବିଦ୍ୟୁତ କାର୍ଯ୍ୟାଳୟଠାରେ ପହଞ୍ଚିଥିଲେ । ସେଠାରେ ବିଭାଗୀୟ ଅଧିକାରୀଙ୍କୁ ଅଞ୍ଚଳରେ ବିଦ୍ୟୁତ ସଂଯୋଗକରଣର ହିସାବ ମାଗିଥିଲେ । ବିଭାଗୀୟ ଅଧିକାରୀ ଘୋରଡିଆ ଫିଡର ୩୦ କିମି ଓ ୧୧କେଭି ବିଦ୍ୟୁତ ୫୦ କିମି, ରେଙ୍ଗଳ ଡିଭିଜନ ୧୧କେଭି ୧୨କିମି ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ କାର୍ଯ୍ୟ ମରାମତି ହୋଇ ସାରିଥବା ଶକ୍ତି ସଚିବଙ୍କୁ ଅବଗତ କରାଇଥିଲେ । ସଚିବ ଶ୍ରୀ ଶର୍ମା ତୁରନ୍ତ ସମସ୍ତ ଅଞ୍ଚଳକୁ ବିଦ୍ୟୁତ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଜିଏମ୍ ସୁବ୍ରତ କୁମାର ସାହୁ, ବିଭାଗୀୟ ଡିଭିଜନ କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ଜେନା ପ୍ରମୁଖ ସଚିବଙ୍କ ଗସ୍ତ ସମୟରେ ଉପସ୍ଥିତ ଥିଲେ ।