ଡୋଳା ବଦଳେଇଲା ବିଦ୍ୟୁତ୍ ଆଘାତ

ବେଳେବେଳେ ଏମିତି କିଛି ମିରାକଲ୍ ଘଟେ, ଯାହାକୁ ମଣିଷ ଚେଷ୍ଟାକରି ବି ବୁଝିପାରେନା । କଳ୍ପନା କରିବା ତ ଅନେକ ଦୂରର କଥା । ସେମିତି ଗୋଟିଏ ଘଟଣା ଘଟିଛି ବ୍ରିଟେନ୍ରେ । ବିଦ୍ୟୁତ୍ ଆଘାତ ଜଣଙ୍କ ଆଖିର ପୁଅଡୋଳାକୁ ବଦଳେଇ ଦେଇଛି । ବିଦ୍ୟୁତ୍ ଆଘାତ ସଂସ୍ପର୍ଶରେ ଆସିବା ପରେ ପୁଅଡୋଳାରେ ତାରକା (ଷ୍ଟାର) ଚିତ୍ରିତ ହୋଇଯାଇଛି । ଘଟଣା ବିଷୟରେ ସବିସ୍ତୃତ ପ୍ରକାଶିତ ହୋଇଛି “ନ୍ୟୁ ଇଂଲଣ୍ଡ ଜର୍ନାଲ ଅଫ୍ ମେଡିସିନ୍’ରେ । ଜର୍ନାଲ୍ର ତଥ୍ୟ ଅନୁଯାୟୀ, ଜଣେ ଇଲେକ୍ଟ୍ରିସିଆନ୍ କିଛି ବିଦ୍ୟୁତ୍ ସମସ୍ୟାର ସମାଧାନ କରୁଥିଲେ । ଏତିକିବେଳେ ଅସାବଧାନତାବଶତଃ ତାଙ୍କ ବାମକାନ୍ଧରେ ବିଦ୍ୟୁତ୍ ଝଟ୍କା ଲାଗିଲା । ତାଙ୍କ ଶରୀର ଦେଇ ୧୪ ହଜାର ଭୋଲ୍ଟର ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହୋଇଗଲା । ସମସ୍ତେ ଭାବିଥିଲେ ଲୋକଟି ବଞ୍ôଚବନି । ମାତ୍ର ବର୍ତ୍ତିଗଲେ । ହେଲେ ତାଙ୍କ ଆଖିଡୋଳାର ଆକୃତି ବଦଳିଯାଇଥିଲା । ଡୋଳାରେ ଷ୍ଟାର ବା ତାରକା ଆକୃତିର ଚିତ୍ର ଆଙ୍କି ହୋଇଯାଇଥିଲା । ଅବଶ୍ୟ ଦୃଷ୍ଟିଶକ୍ତିରେ କୌଣସି ଫରକ ପଡ଼ିନାହିଁ । ଏହାକୁ ଏକ ମିରାକଲ୍ ବୋଲି କୁହାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ