ଡ୍ରଗ୍ସ ପାଇଁ ଚାରି ଜଣଙ୍କୁ ହତ୍ୟା

ସାଲେମ୍‌ : ନିଶା ସେବନ ପାଇଁ ୪ ଜଣଙ୍କୁ ପଥରରେ ଛେଚି ହତ୍ୟା କରିଛି ଜଣେ ଛାତ୍ର । ଡ୍ରଗ୍ସ ସେବନ ପାଇଁ ଜଣେ ସିକ୍ୟୁରିଟି ଗାର୍ଡ ଏବଂ ତିନି ଜଣ ଭିକାରୀଙ୍କୁ ପଥରରେ ଛେଚି ହତ୍ୟା କରିଥିଲା ଏହି ୨୦ ବର୍ଷୀୟ ଯୁବକ । ଡିସେମ୍ବରରେ ପ୍ରଥମ ହତ୍ୟା ହୋଇଥିବା ବେଳେ ଫେବୃୟାରୀ ପ୍ରଥମ ସପ୍ତାହରେ ଅନ୍ୟ ତିନି ହତ୍ୟା ହୋଇଥିଲା । ପଇସା ନଥିବାରୁ ଗଞ୍ଜେଇ ଟାଣିବା ପାଇଁ ଏହି ୨୦ ବର୍ଷୀୟ ଯୁବକ ପ୍ରଥମେ ଜଣେ ସିକ୍ୟୁରିଟି ଗାର୍ଡକୁ ହତ୍ୟା କରିଥିଲା । ପରେ ଫେବୃୟାରୀ ମାସର ପ୍ରଥମ ସପ୍ତାହରେ ଅନ୍ୟ ତିନି ଜଣ ଭିକାରୀଙ୍କୁ ପଥରରେ ଛେଚି ହତ୍ୟା କରିଥିଲା । ଗଞ୍ଜେଇ ଟାଣିବା ପାଇଁ ପଇସା ନଥିବାରୁ ଏହି ୪ ଜଣଙ୍କୁ ହତ୍ୟା କରିଥିଲା । ଉଲ୍ଲେଖଯୋଗ୍ୟ ଯେ, ଅଭିଯୁକ୍ତର ନାମ ଏମ୍‌ ଅନ୍ଦିସାମି ଦଶମରେ ନିଜ ସ୍କୁଲର ଟପ୍ପର ରହିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ପାଠ ନପଢିପାରିବାରୁ ସେ ନିଶା ଏବଂ ଅନ୍ୟାନ୍ୟ ଖରାପ ଅଭ୍ୟାସରେ ପଡି ଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ