ଡ୍ରପ୍ଲେଟ୍ କମ୍ପ୍ୟୁଟର
କମ୍ପ୍ୟୁଟର ପାଣିରେ ଚାଲିବ-ଏକଥାକୁ ଅନେକେ ହୁଏତ ବିଶ୍ୱାସକରି ନ ପାରନ୍ତି । ହେଲେ ଏହା ସତ । ଦୀର୍ଘ ୫ବର୍ଷ ଧରି ଗବେଷଣା କରିବା ପରେ ଆମେରିକାସ୍ଥିତ ଷ୍ଟାନ୍ଫୋର୍ଡ ୟୁନିଭର୍ସିଟିର ବିଶେଷଜ୍ଞ ମାନେ ଏଭଳି ଏକ ହାଇଟେକ୍ କମ୍ପ୍ୟୁଟର ପ୍ରସ୍ତୁତ କରିଛନ୍ତି । ଗୋଟିଏ ଇଲେକ୍ଟ୍ରୋନିକ୍ କମ୍ପ୍ୟୁଟର ଯେତିକି କାମ କରିପାରିବ ଏହି ନୂଆ କମ୍ପ୍ୟୁଟର ମଧ୍ୟ ଠିକ୍ ସେତିକି କାମ ଅନାୟାସରେ କରିପାରିବ ବୋଲି ସେ ଦୃଢୋକ୍ତି ବ୍ୟକ୍ତ କରିଛନ୍ତି । ଉକ୍ତ କମ୍ପ୍ୟୁଟର ନାମ ‘ଡ୍ରପ୍ଲେଟ୍ କମ୍ପ୍ୟୁଟର’ ଦିଆଯାଇଛି । ଏହା ଭିତରେ ଥିବା ଜଳବିନ୍ଦୁର ଚୁମ୍ବକୀୟ ଗୁଣ ରହିଛି, ଯାହା କମ୍ପ୍ୟୁଟର ଚଲାଇବାକୁ ଶକ୍ତି ଯୋଗାଇଥାଏ ।