ଡ୍ରାଇଭରକୁ ହୋମଗାର୍ଡ ମାଡ ମାରି ଗୁରୁତର କରିବା ଘଟଣାରେ ଥାନାରେ ଅଭିଯୋଗ
ଫୁଲବାଣୀ,(ପ୍ରଶାନ୍ତ କୁମାର ବେହେରା): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଅଂଚଳରେ ଜଣେ ଡ୍ରାଇଭରକୁ ତାଙ୍କ ଗାଡିରେ ସାମାନ୍ୟ ଆଘାତ ଲାଗିବାରୁ ଜଣେ ହୋମଗାର୍ଡ ଡ୍ରାଇଭରକୁ ନିସ୍ତୁକ ଭାବରେ ବାରମ୍ବାର ମାଡ ମାରି ଆହତ କରିବା ପରେ ମାଡ ଖଇାଥିବା ଡ୍ରାଇଭରଙ୍କ ପରିବାର ଲୋକେ ଦାରିଙ୍ଗବାଡି ଥାନାରେ ଏହି ସଂକ୍ରାନ୍ତରେ ଅଭିଯୋଗ କରିବାପରେ ପରିବାରକୁ ଥାନାରେ ମାମଲା ନକରି ବୁଝାମଣା କରିବାକୁ ଚାପ ପକାଯିବା ପରେ ଡ୍ରାଇଭରଙ୍କ ପରିବାର ଲୋକେ ଫୁଲବାଣୀରେ ଆସି କନ୍ଧମାଳ ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ତ ହୋଇଥିବା ଜଣାପଡିଛି । ସୁଚନା ଅନୁସାରେ ଦାରିଙ୍ଗବାଡି ଥାନା ଅଂଚଳରେ ଥିବା ଗୁଞ୍ଜିବାଡି ଗ୍ରାମର ପ୍ରଶାନ୍ତ କୁମାର ପ୍ରଧାନ ଜଣେ ଡାଲା ପିକଅପ ଡ୍ରାଇଭର, ସେ ଘଟଣା ଦିନ ଦାରିଙ୍ଗବାଡିରେ ଗାଡି ଚଳାଇବାବେଳେ ତାଙ୍କ ଗାଡି ପାଖ ଦେଇ ଦାରିଙ୍ଗବାଡି ଥାନାରେ ଜଣେ ହୋମଗାର୍ଡ ଭାବରେ କାର୍ଯ୍ୟ କରୁଥିବା ରତ୍ନାକର ନାୟକ ତାଙ୍କ ସ୍କୁଟି ନେଇ ସେହି ବାଟରେ ଯାଇଥିଲେ । ରାସ୍ତାରେ ଭିଡ ଥିବାରୁ ରତ୍ନାକରଙ୍କ ସ୍କୁଟି ସହିତ ସାମାନ୍ୟ ଆଘାତ ଲାଗିଥିଲା । ଏଥିରେ ଉତକ୍ଷୀପ୍ତ ହୋଇ ରତ୍ନାକର ଗାଡିରୁ ଓହ୍ଲାଇ ଡ୍ରାଇଭର ପ୍ରଶାନ୍ତକୁ ସେଠାରେ ଗାଡିରୁ ଟାଣି ଆଣିବା ସହିତ ସେଠାରେ ତାଙ୍କୁ ମାଡ ମାରିଥିଲେ । ସେଠାରୁ ପ୍ରଶାନ୍ତ ତାଙ୍କ ଗାଡି ନେଇ ଟେକ୍ସି ଷ୍ଟାଣ୍ଡରେ ଗାଡି ଲଗାଇବା ସହିତ ସେଠାରେ ଥିବାବେଳେ ରତ୍ନାକର ସେଠାରେ ମଧ୍ୟ ପହଂଚି ତାଙ୍କୁ ପୁଣି ମାଡ ମାରିଥିଲେ । ପ୍ରଶାନ୍ତ ତାଙ୍କର ଗାଡିକୁ ମରାମତି କରିଦେବି ବୋଲି କହିବା ସହିତ ମାଡ ନ ମାରିବାକୁ ନେହୁରା ହେଉଥିଲେ ମଧ୍ୟ ରତ୍ନାକର ଶୁଣିନଥିଲେ । ଫଳରେ ପ୍ରଶାନ୍ତ ସଠୋରେ ଗୁରୁତର ହୋଇପଡିଥିଲେ ତାଙ୍କୁ ତାଙ୍କ ପରିବାର ଲୋକେ ଦାରିଙ୍ଗବାଡି ଡାକ୍ତରଖାନାରେ ଭର୍ତି କରାଯାଇଥିଲେ । ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବା ସହିତ ତାଙ୍କର ନିଶ୍ୱାସ ନେବାରେ କଷ୍ଟ ହୋଇ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଫୁଲବାଣୀ ଡାକ୍ତରଖାନାରେ ଭର୍ତି କରାଯାଇଥିଲା ତେବେ ଏହି ସଂକ୍ରାନ୍ତରେ ତାଙ୍କ ପରିବାର ତରଫରୁ ଦାରିଙ୍ଗବାଡି ଥାନାରେ ଅଭିଯୋଗ ହେବାପରେ ସେଠାରେ ତାଙ୍କୁ ଏହି ମାମଲା ନକରି ବୁଝାମଣା କରିବାକୁ ଚାପ ପକାଯାଇଥିଲା । ଫଳରେ ସେମାନେ ଆଜି କନ୍ଧମାଳ ଅଅରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରି ଏହି ଅଭିଯୋଗ କରିଥିବା ଜଣାପଡିଛି । ତେବେ ଦାରିଙ୍ଗବାଡି ଥାନାରେ ସେମାନଙ୍କ ଭିତରେ ଆପୋଷ ବୁଝାମଣା ହୋଇଥିଲା ସେମାନେ ପୁଣି ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି ବୋଲି ଥାନା ଅଧିକାରୀ କୌଶିକ ମାଝୀ କହିଛନ୍ତି ।