ଡ୍ରାଇଭର୍ ମହାସଂଘ ତରଫରୁ ମାଆ ପାଇଁ ଗଛଟିଏ କାର୍ଯ୍ୟକ୍ରମ

ବେଲଗୁଣ୍ଠା,(ସନ୍ତୋଷ କୁମାର ବିଷୋଇ):ଡ୍ରାଇଭର୍ ମହାସଂଘ ବେଲଗୁଣ୍ଠା ଶାଖା ତରଫରୁ ତନରଡା ଗୋଶାଳା ଠାରୁ ତନରଡା ଗ୍ରାମ ରାସ୍ତାରେ ବିଭିନ୍ନ କିସମର ବୃକ୍ଷରୋପଣ କରାଯାଇଥିଲା I ମାଆ ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଗନ୍ନାଥପ୍ରସାଦ ରେଞ୍ଜର୍ ସୁଜାତା ରାଣୀ ପଣ୍ଡା ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ଯୋଗଦେଇଥିଲେ I ତନରଡା ପୂର୍ବତନ ସରପଞ୍ଚ ତଥା ସରପଞ୍ଚ ପ୍ରତିନିଧି ଅନୀଲ୍ କୁମାର ପାଠୀ, ବେଲଗୁଣ୍ଠା ବନପାଳ ଶରତ କୁମାର ମହାନ୍ତି, ବେଲଗୁଣ୍ଠା ଶାଖା ଡ଼୍ରାଇଭର୍ ମହାସଂଘ ସଭାପତି ମଧୁସୂଦନ ଜେନା,ଉପସଭାପତି ସନ୍ତୋଷ କୁମାର ଡାକୁଆ ଏବଂ କୋଷାଧ୍ୟକ୍ଷ ବୁଲୁ ବିଷୋୟୀ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିବା ବେଳେ ବେଲଗୁଣ୍ଠା ବ୍ଳକ୍ର 50ରୁ ଉର୍ଦ୍ଧ୍ଵ ଡ଼୍ରାଇଭର୍ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ I ଗୋଶାଳା ଛକ ଠାରୁ ଡ଼୍ରାଇଭର୍ ମହାସଂଘ ଗୃହ ପର୍ଯ୍ୟନ୍ତ ପ୍ରାୟ ଦେଢ଼ ଶହରୁ ଉର୍ଦ୍ଧ୍ୱ ବିଭିନ୍ନ କିସମର ବୃକ୍ଷରୋପଣ କରାଯାଇଥିଲା I ଏଥିରେ କରଞ୍ଜ, ବାଦାମ, କୃଷ୍ଣଚୁଡ଼ା କଦମ୍ବ,ଅଶୋକ,ଆତ, ଗୁଆ ଭଳି ବିଭିନ୍ନ ପ୍ରଜାତିର ଚାରା ରହିଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ