ଡ୍ରାଇଭର ସଂଘର ଷ୍ଟିଅରିଙ୍ଗ ଛାଡ ଆନ୍ଦୋଳନ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): କେନ୍ଦ୍ର ସରକାରଙ୍କ ନୂଆଁ ସଡକ ଦୂର୍ଘଟଣା ଆଇନକୁ ବିରୋଧ କରି ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟିଅରିଙ୍ଗ ଛାଡ ଆନ୍ଦୋଳନ ଡାକରା ଦିଆଯାଇଛି । ଏହାର ପ୍ରତିବାଦରେ ଶନିବାର ସ୍ଥାନୀୟ ଅଞ୍ଚଳର ଡ୍ରାଇଭର ମାନେ ଷ୍ଟିଅରିଙ୍ଗ ଛାଡ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଏହାର ପ୍ରଭାବରେ ବହୁ ଦୁରଦୂରାନ୍ତରରୁ ଆସି ହିଞ୍ଜିଳିକାଟୁ ବସ ଟର୍ମନାଲ ପରିସରରେ ଅପେକ୍ଷା କରିଥିବା ବହୁୁ ଯାତ୍ରୀ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଶନିବାର ଦିନ ତମାମ ସ୍ଥାନୀୟ ବସ ଟର୍ମିନାଲ ପରିସରରେ ଯାତ୍ରୀ ମାନେ ନିଜ ନିତଜ ଗନ୍ତବ୍ୟ ସ୍ଥଳକୁ ଯାଇନପାରି ବସ ଟର୍ମିନାଲ ପରିସରରେ ଅପେକ୍ଷା କରି ରହିଥିବା ଦେଖିବାକୁ ମିଳିଥିଲା । କିଛି ଯାତ୍ରୀ ଯାତ୍ରୀବାହୀ ଅଟୋ ଯୋଗେ ନିଜଗ ନିଜ ଗନ୍ତବ୍ୟ ସ୍ତଳକୁ ଯାଇଥିବା ବେଳେ କିଛି ଯାତ୍ରୀ ପାଦରେ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଥିଲା । ଅନ୍ୟପକ୍ଷରେ ମାଲ ପରିବହନକାରୀ ଟ୍ରକ ଗୁଡିକ ମଧ୍ୟ ଚଳାଚଳ ବନ୍ଦ ରହିଥିବାରୁ ପରିବହନ ସେବା ମଧ୍ୟ ଠପ୍ ହୋଇ ଯାଇଥିଲା । ଏହାର ସୁଯୋଗ ନେଇ ସ୍ଥାନୀୟ ଅଞ୍ଚଳର କିଛି କଳାବେପାରୀ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି କରି ଦେଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ