ଡ୍ରିପ କ୍ୟାପିଟାଲ ପକ୍ଷରୁ ଏକ୍ସପୋର୍ଟରଙ୍କ ପାଇଁ ଇନଭଏସ ଫ୍ୟାକ୍ଟରିଂ ସେବା

ନୂଆଦିଲ୍ଲୀ, (ଏଜେନ୍ସି): ଟ୍ରେଡ଼୍ ଫାଇନାନ୍ସ ଫାର୍ମ ଡ୍ରିପ କ୍ୟାପିଟାଲ ସହିତ ଫେଡେରେସନ ଅଫ ଇଣ୍ଡିଆନ ଏକ୍ସପୋର୍ଟ ଅର୍ଗାନାଇଜେସନ (ଏଫଆଇଇଓ) ର ମିଳିତ ଉଦ୍ୟମରେ ଏକ୍ସପୋର୍ଟ ଫ୍ୟାକ୍ଟରିଂ ମାଧ୍ୟମରେ ସହଜରେ ଋଣ ହାସଲ ଉପରେ ସେମିନାର ଆୟୋଜନ କରାଯାଇଛି । ଏହା ଏସ୍ଏମ୍ଇ ଏକ୍ସପୋର୍ଟରଙ୍କୁ ଅନସିକ୍ୟୋରଡ଼ ଋଣ ସଂଗ୍ରହରେ ସାହାଯ୍ୟ କରିବ । ଡ୍ରିପ କ୍ୟାପିଟାଲର ଆଞ୍ଚଳିକ ସେଲସ ଲିଡ଼ (ପଶ୍ଚିମ) ଇଶାନ ଦଧିଚଙ୍କ ଦ୍ୱାରା ଉପସ୍ଥାପିତ ଏହି କାର୍ଯ୍ୟକ୍ରମରେ ଏଫ୍ଆଇଇଓର ଚ୍ୟାପ୍ଟର ଇନ-ଚାର୍ଜ ରମେଶ ମହାପାତ୍ରଙ୍କ ସହିତ କ୍ଷୁଦ୍ର ଏବଂ ମଧ୍ୟମ-ଧରଣର ଉଦ୍ୟୋଗ (ଏସଏମଇ) ପ୍ରମୁଖ ଉପସ୍ଥିତ ଥିଲେ । ଭାରତର ସମୁଦାୟ ଏକ୍ସପୋର୍ଟ ମଧ୍ୟରୁ ୪୦% ଏସ୍ଏମ୍ଇ ଦ୍ୱାରା କରାଯାଇଥାଏ । ହେଲେ ଏହି କମ୍ପାନୀଙ୍କୁ ଏହାର ପରିଚାଳନା ପାଇଁ ଋଣ ଦେବା ପ୍ରସଙ୍ଗ ଆସିଲେ ଅଣଦେଖା କରାଯାଇଥାଏ । ଯେହେତୁ ଋଣ ସଂଗ୍ରହ ପାଇଁ ଅନେକ କଠିନ ବ୍ୟବସ୍ଥା ରହିଛି, ତେଣୁ କମ୍ପାନୀମାନେ ଏଥିରେ ସଫଳ ହୁଅନ୍ତି ନାହିଁ । ତେବେ ବିଭିନ୍ନ ଫ୍ୟାକ୍ଟରିଂ ଫାର୍ମ ଏବଂ ଏନ୍ବିଏଫ୍ସି ଏହି କମ୍ପାନୀଙ୍କୁ ବିକଳ୍ପ ଋଣ ସଂଗ୍ରହରେ ସାହାଯ୍ୟ କରିଥାନ୍ତି । ହେଲେ ଅଧିକାଂଶ ଏସ୍ଏମ୍ଇ କମ୍ପାନୀ ଏସବୁ ଉପରେ ଅଜ୍ଞ ଥାଆନ୍ତି । ତେବେ ଏହି କ୍ରମରେ ଏକ ସହଜ ପ୍ରକ୍ରିୟା ରହିଛି ‘ଇନଭଏସ ଫ୍ୟାକ୍ଟରିଂ । ଏହି ପ୍ରକ୍ରିୟାରେ କମ୍ପାନୀ ତାହାର ଇନଭଏସ ବଦଳରେ ଋଣ ନେଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ