ଡ୍ରିମ୍ସ ଆଇଡିଆଲ ସ୍କୁଲ ପକ୍ଷରୁ ବୃକ୍ଷରୋପଣ
ବାଲେଶ୍ୱର, (ସରୋଜ ପଣ୍ଡା):ମହାଶିବରାତ୍ରୀ ଉପଲକ୍ଷେ ଡ୍ରିମ୍ସ ଆଇଡିଆଲ ସ୍କୁଲ ପକ୍ଷରୁ ସ୍ଥାନୀୟ ଶ୍ରୀଲୋକନାଥ ମନ୍ଦିର ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ବାଲେଶ୍ୱର ଏସପି ସାଗରିକା ନାଥ ମୁଖ୍ୟଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ ଶୁଭାରମ୍ଭ କରିବା ସହିତ ପରିବେଶ ସୁରକ୍ଷା ଦିଗରେ ଡ୍ରିମ୍ସ ଆଇଡିଆଲ ସ୍କୁଲର ଉଦ୍ୟମ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଥିଲେ । ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର, ଲେଫ୍ଟେନାଣ୍ଟ କର୍ଣ୍ଣେଲ ଡ. ଲକ୍ଷ୍ମୀଧର ଭୂୟାଁ, କାଉନସିଲର ରଂଜିତା ମହାପାତ୍ର ଓ କାଉନସିଲର ଦେବାଶିଷ ସିଂ, ଭଗବାନ ଚନ୍ଦ୍ର ସାହୁ, ଶିକ୍ଷାବିତ ପଙ୍କଜ ଜେନା, ଲୋକନାଥ ସିଭିଲ ସୋସାଇଟିର ସଭାପତି ରାମେଶ୍ୱର ଦାସ, ଉପ-ସଭାପତି ନରେନ୍ଦ୍ର ବିହାରୀ ଦାସ, ସମ୍ପାଦକ ବସନ୍ତ ପଣ୍ଡା ପ୍ରମୁଖ ଏଥିରେ ଯୋଗଦେଇ ବୃକ୍ଷରୋପଣ କରିବା ସହିତ ଡ୍ର୍ରିମ୍ସ ଆଇଡିଆଲ ସ୍କୁଲର ସେବାମୂଳକ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ବିଦ୍ୟାଳୟର ପ୍ରତିଷ୍ଠାତା ଚେୟାରମ୍ୟାନ ଶିକ୍ଷାବିତ ଗଙ୍ଗାଧର ଦାସ ନିଜେ ବୃକ୍ଷରୋପଣ କରିବା ସହିତ ପରିବେଶ ସୁରକ୍ଷା ପାଇଁ ଏହିଭଳି ପଦକ୍ଷେପ ନେବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ପୁଷ୍ପିତା ମହାନ୍ତି, ସ୍ମୃତିରେଖା ଦାସ, ରେହେନା ବେଗମ, ସତ୍ୟଭାମା ଖଟୁଆ, ଦୀପାଞ୍ଜଳି ଦାସ, ସ୍ମୃତିସୁଧା ଦାସ, ଦେବଶ୍ରୀ ଗିରି, ଆରତୀ ବାଳା, ଦ୍ୱିତୀକୃଷ୍ଣ ମହାନ୍ତି, ଅନୀତାରାଣୀ ଦାସ, ଶାନ୍ତିଲତା ଖଟୁଆ, ଆଂଚଲପ୍ରିୟା ବେହେରା, ରୁନି ସିଂ, ଭଗବାନ ବେହେରା ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।