ଡ୍ରିମ୍ସ କ‌ତ୍ତୃପକ୍ଷଙ୍କ ଧମକ ପ୍ରତିବାଦରେ ଫାଟକରେ ତାଲାପକାଇ ଧାରଣାରତ ଛାତ୍ରଛାତ୍ରୀ

 

ଚୌଦ୍ୱାର, (ଦୀପକ୍ କୁମାର ବେଉରା) : ଟାଙ୍ଗୀ ଥାନା କଏରାପାରିରେ ଥିବା ବୈଶୟୀକ କଲେଜ ଡ୍ରିମ୍ସରେ ଦେଖାଦେଇଛି ଉତ୍ତେଜନା ମୂଳକ ପରିସ୍ଥିତି । ହଷ୍ଟେଲ୍ ଓ ବସ୍ ଫିସ୍ ତଥା ଅନ୍ୟାନ୍ୟ ଫିସ୍ ଆଦାୟକୁ କେନ୍ଦ୍ରକରି ଗୁରୁବାର ରାତିରେ କଲେଜର ଶେଷବର୍ଷ ଛାତ୍ରଛାତ୍ରୀ ଓ ଡ୍ରିମ୍ସ କତୃପକ୍ଷ ମୁହାଁମୁହିଁ ଅବସ୍ଥାକୁ ଆସିଛନ୍ତି । ବିଦ୍ୟର୍ଥୀମାନଙ୍କ ପ୍ରତି କଲେଜ କତୃପକ୍ଷଙ୍କ ଅଭଦ୍ରଚିତ ବ୍ୟବହାର ପ୍ରତିବାଦରେ କଲେଜ ଫାଟକରେ ତାଲା ପକାଇ ଧାରଣାରେ ବସିରହିଛନ୍ତି ଛାତ୍ରଛାତ୍ରୀମାନେ । ଛାତ୍ରଛାତ୍ରୀମାନଙ୍କ ଅଭିଯୋଗ ହେଉଛି ଗତ ୧ବର୍ଷ ଧରି କଲେଜ ହଷ୍ଟେଲରେ ଛାତ୍ରଛାତ୍ରୀମାନେ ରହୁନାହାନ୍ତି ଓ ବସ୍‌ରେ ମଧ୍ୟ ଜାତାୟତ କରୁନାହାନ୍ତି । ଅଥଚ କଲେଜ କତୃପକ୍ଷ ଶେଷବର୍ଷର ଛାତ୍ରଛାତ୍ରୀମାନଙ୍କୁ ସମ୍ପୂର୍ଣ୍ଣ ହେଷ୍ଟଲ ଫିସ୍ ଓ ବସ୍ ଫିସ୍ ଦାଖଲ କରିବାକୁ ବାଧ୍ୟ କରୁଛନ୍ତି । ରାଜ୍ୟର ଅନ୍ୟାନ୍ୟ ବୈଷୟୀକ ଅନୁଷ୍ଠାନ ଗୁଡିକ ସେମାନଙ୍କ ଛାତ୍ରଛାତ୍ରୀଙ୍କ ଫିସ୍‌ରେ ଯଥେଷ୍ଟ ହ୍ରାସ କରିଥିଲେ ମଧ୍ୟ ଡ୍ରିମ୍ସ କତୃପକ୍ଷ କୌଣସି ପଦକ୍ଷେପ ନେଇନାହାନ୍ତି । ଶେଷ ବର୍ଷ ଛାତ୍ରଛାତ୍ରୀମାନେ ଏ ସଂକ୍ରାନ୍ତରେ କଲେଜ କତୃପକ୍ଷଙ୍କୁ ଲିଖିତ ଆକାରେ ବାରମ୍ବାର ଜଣାଇଥିଲେ ମଧ୍ୟ ସେମାନେ କୌଣସି କର୍ଣ୍ଣପାତ ନକରିବାରୁ ଛାତ୍ରଛାତ୍ରୀମାନେ କଲେଜ ଫାଟକ ସମ୍ମୁଖରେ ଧାରଣାରେ ବସିରହି ପ୍ରତିବାଦ କରିଥିଲେ । ଏହାପରେ କଲେଜ କର୍ମଚାରୀମାନେ ସେମାନଙ୍କ ଉପରେ ଗାଡି ଚଢାଇ ମାରିଦେବାର ଧମକ ଦେବା ସହ ଛାତ୍ରୀମାନଙ୍କ ପ୍ରତି ଅଭଦ୍ରଚିତ ବ୍ୟବହାର କରିଥିବାର ଅଭିଯୋଗ ହୋଇଛି । କଲେଜ କତୃପକ୍ଷ ଶେଷ ବର୍ଷର ସମସ୍ତ ଛାତ୍ରଛାତ୍ରୀମାନଙ୍କ ଗୋଟିଏ ବର୍ଷ ବାତିଲ କରାଯାଇଥିବାର ନୋଟିସ୍ ମାରିବା ପରେ ସେମାନଙ୍କ ମଧ୍ୟରେ ତିବ୍ର ଉତ୍ତେଜନା ଦେଖାଦେଇଥିଲା । ଏହାପରେ ସମସ୍ତ ଛାତ୍ରଛାତ୍ରୀମାନେ କଲେଜ ଫାଟକରେ ତାଲା ପକାଇ ଧାରଣାରେ ବସିରହିଥିଲେ । ଉଭୟ ଛାତ୍ରଛାତ୍ରୀ ଓ କଲେଜ କତୃପକ୍ଷ ସେମାନଙ୍କ ଯିଦ୍‌ରେ ଅଟଳ ରହିବାପରେ ସେଠାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଖବର ପାଇ ଘଟଣାସ୍ଥଳରେ ଚୌଦ୍ୱାର ଏସ୍‌ଡିପିଓ ପ୍ରଶାନ୍ତ କୁମାର ମଲ୍ଲ ଓ ଟାଙ୍ଗୀ ଥାନା ଅଧିକାରୀ ପଦାରବିନ୍ଦ ତ୍ରିପାଠୀ ପୁଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ସଜାଗ ରହିଥିଲେ । ଯେକୌଣସି ମୁହୂର୍ତ୍ତରେ ଉଭୟ ପକ୍ଷ ମଧ୍ୟରେ ହାତାହାତି ହେବାର ଆଶଙ୍କା ରହିଥିବାରୁ ପୋଲିସ୍ ଘଟଣାକୁ ତୀକ୍ଷ୍ଣ ଦୃଷ୍ଟି ରଖିଛି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ