ଡ୍ରିମ୍ସ ଡ୍ୟାନ୍ସ ଏକାଡେମୀ ପକ୍ଷରୁ 108 ତମ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଛତ୍ରପୁର, (ଦେବଦତ୍ତ ମହାରଣା) :ଛତ୍ରପୁର ସ୍ଥିତ ଡ୍ରିମ୍ସ ଡେନ୍ସ ଏକାଡେମୀ ପକ୍ଷରୁ ସ୍ଥାନୀୟ ଶିବ କୁମାର ପଟ୍ଟନାୟକ ରିଡିଙ୍ଗ ରୁମ ପରିସରରେ ମଙ୍ଗଳବାର 108 ତମ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ଜୁନିଅର ମହିଳା ମହାବିଦ୍ୟାଳୟ ର ଅଧ୍ୟକ୍ଷା ସସ୍ମିତା ସାମନ୍ତରାୟ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ୟୁରୋ ସ୍କୁଲର ମୁଖ୍ୟ ପୋଷ୍ଟ ପୋଷକ ସସ୍ମିତା ମହାପାତ୍ର, ଓକେସିଏଲ ର ଗଞ୍ଜାମ ଜିଲ୍ଲା ମୁଖ୍ୟ ଏସ. ରେଖା ମହାନ୍ତି, ସେନ୍ଟ ଜାଭୀର ସ୍କୁଲର ଅଧ୍ୟକ୍ଷା ଭାରତୀ ଆଚାରି, ପୂର୍ବତନ ଏନଏସି ଅଧ୍ୟକ୍ଷା ଟି. ଲକ୍ଷ୍ମୀ, ଖୁଦ୍ର ଚଳଚିତ୍ର ଅଭିନେତା ପ୍ରୀତି ରଞ୍ଜନ ପ୍ରଧାନ, ମଧୁ ସୁଦନ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଆଜିର ଦିନର ମହତ୍ୱ ଉପରେ ଆଲୋକପାତ କରିଥିଲେ l ଏହି ଅବସରରେ ଛତ୍ରପୁର ର ବିଶିଷ୍ଟ ସମାଜସେବୀ ଏ. ରାବଣା ରାଓ ଙ୍କ ସମେତ ନବ ନିର୍ବାଚିତ 20 ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ଏମ. ଧନଞ୍ଜୟ ରେଡ୍ଡୀ ଙ୍କୁ ସମ୍ମାନିତ କରାଯାଇଛି l ଏହା ସହିତ ଜି. ସରସ୍ୱତୀ ଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି l ସମସ୍ତ କାର୍ଯ୍ୟକ୍ରମକୁ ବି. ଶ୍ରୀନିବାସ ଓ ଦୀପକ କୁମାର ଦାସ ପରିଚାଳନା କରିଥିବା ବେଳେ ଡ୍ରିମ୍ସ ଡ୍ୟାନ୍ସ ଏକାଡେମୀର ନିର୍ଦେଶକ ପୂର୍ଣ୍ଣଞ୍ଜୟ ଜେନା ଓ ସଦସ୍ୟା ଅନିମା ସେନାପତି ପରିଚାଳନା କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ