ଡ୍ରେନେଜ କାର୍ଯ୍ୟ ପାଇଁ କ୍ଷେତ୍ର ଅନୁଧ୍ୟାନ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଗତ ଗୁରୁବାର ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଧାୟକ ପ୍ରଫୁଲ୍ଲ ସାମଲ ଯୋଗଦେଇଥିବା ବେଳେ ମେଡିକାଲ ଚତୁଃପାଶ୍ୱର୍ରେ ଡ୍ରେନେଜ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଆଲୋଚନା ହୋଇଥିଲା । ଏନେଇ ଅର୍ଥ ବ୍ୟୟ ବରାଦ କରାଯିବ ବୋଲି ବିଧାୟକ ପ୍ରତିଶୃତି ଦେଇଥିଲେ । ତଦନୁଯାୟୀ ଆଜି ଭଦ୍ରକ ଡ୍ରେନେଜ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ପରମେଶ୍ୱର ପାତ୍ର ଓ ସହକାରୀ ଯନ୍ତ୍ରୀ ଅବନୀ ଜେନା ମେଡିକାଲ ଚତୁଃପାର୍ଶ୍ୱ ପରିଦର୍ଶନ କରିବା ସହ ଆବଶ୍ୟକ ସ୍ଥଳେ କାର୍ଯ୍ୟ ଆରମ୍ଭ କରିବାକୁ ନିଷ୍ପତି ନେଇଥିଲେ । ଏଥିରେ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ କମଳାକାନ୍ତ ସ୍ୱାଇଁ, ବିପିଏମ ରଶ୍ମିରେଖା ପୃଷ୍ଟି, ଡିପିଏମ ରଞ୍ଜିତ ବରାଳ, ସ୍ଥାନୀୟ ସାମାଜିକ କର୍ମୀ ପ୍ରକାଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ